ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର

ବାଲେଶ୍ଵର,୧୦/୮/୨୩- ଗତ ତା ୦୬/୮/୨୩ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ମହାପୁରୁଷଙ୍କ ଜୀବନୀ ପାଠ ” । ଧୀରେ ଧୀରେ ଆମ ମାନଙ୍କ ନିକଟରୁ ମହାପୁରୁଷ ମାନେ ଦୂରେଇ ଯାଉଥିବାରୁ ସେମାନଙ୍କୁ ମନେ ରଖିବା ପାଇଁ ଏ ପ୍ରତିଯୋଗିତାର ଉଦ୍ଦେଶ୍ୟ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜୟନ୍ତୀ ଓଝା, ଧର୍ମଶାଳା, ଯାଜପୁର, ସୁକାନ୍ତି ସ୍ବାଇଁ, ରାଇପଲୀ, ଗଞ୍ଜାମ, ରଶ୍ମିରେଖା ସାହୁ, ଭୁବନେଶ୍ୱର, ଗୀତାଞ୍ଜଳି ପୃଷ୍ଟି, କଟକ, ସୁଶ୍ରୀ ଶୁଭସ୍ମିତା ମହାନ୍ତି, ନବରଙ୍ଗପୁର, ତୁଷାରକାନ୍ତ ପ୍ରସାଦ, ବରୀ, ଯାଜପୁର, ଅନସୂୟା ଦେବତା, ବରଗଡ, ଦୁର୍ଯ୍ଯୋଧନ ବେହେରା, ଢେଙ୍କାନାଳ ଓ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଝାରସୁଗୁଡା ଜିଲ୍ଲାର ଶିକ୍ଷୟିତ୍ରୀ, ଲେଖିକା ଓ କବୟିତ୍ରୀ ମାଧୁରୀ ମିଶ୍ର । ଯେଉଁଥିରେ ତାନଶ୍ରୀ ପାଣିଗ୍ରାହୀ ପ୍ରଥମ ସ୍ଥାନ, ତୁଷାରକାନ୍ତ ପ୍ରସାଦ ଦ୍ବିତୀୟ ସ୍ଥାନ ଓ ଜୟନ୍ତୀ ଓଝାଙ୍କୁ ତୃତୀୟ ସ୍ଥାନ ମିଳିଛି । ଯେଉଁମାନେ ସୂଚନା ମୁତାବକ ଲେଖା ଦେଇନଥିଲେ ସେମାନଙ୍କୁ ଫଳାଫଳ ତାଲିକାରୁ ବାଦ ଦିଆଯାଇଛି । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ !  ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

Sunil Chandra Nayak

ଭାରସମ୍ୟ ହରାଇ ଓଲଟିଲା ଆଟୋ ଦୁଇ ଗୁରୁତର

ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଟକ ଶାଖାର ବୈଠକ ଅନୁଷ୍ଟିତ 

masiha

Leave a Comment

error: Content is protected !!