ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର

ବାଲେଶ୍ଵର,୧୦/୮/୨୩- ଗତ ତା ୦୬/୮/୨୩ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ମହାପୁରୁଷଙ୍କ ଜୀବନୀ ପାଠ ” । ଧୀରେ ଧୀରେ ଆମ ମାନଙ୍କ ନିକଟରୁ ମହାପୁରୁଷ ମାନେ ଦୂରେଇ ଯାଉଥିବାରୁ ସେମାନଙ୍କୁ ମନେ ରଖିବା ପାଇଁ ଏ ପ୍ରତିଯୋଗିତାର ଉଦ୍ଦେଶ୍ୟ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜୟନ୍ତୀ ଓଝା, ଧର୍ମଶାଳା, ଯାଜପୁର, ସୁକାନ୍ତି ସ୍ବାଇଁ, ରାଇପଲୀ, ଗଞ୍ଜାମ, ରଶ୍ମିରେଖା ସାହୁ, ଭୁବନେଶ୍ୱର, ଗୀତାଞ୍ଜଳି ପୃଷ୍ଟି, କଟକ, ସୁଶ୍ରୀ ଶୁଭସ୍ମିତା ମହାନ୍ତି, ନବରଙ୍ଗପୁର, ତୁଷାରକାନ୍ତ ପ୍ରସାଦ, ବରୀ, ଯାଜପୁର, ଅନସୂୟା ଦେବତା, ବରଗଡ, ଦୁର୍ଯ୍ଯୋଧନ ବେହେରା, ଢେଙ୍କାନାଳ ଓ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଝାରସୁଗୁଡା ଜିଲ୍ଲାର ଶିକ୍ଷୟିତ୍ରୀ, ଲେଖିକା ଓ କବୟିତ୍ରୀ ମାଧୁରୀ ମିଶ୍ର । ଯେଉଁଥିରେ ତାନଶ୍ରୀ ପାଣିଗ୍ରାହୀ ପ୍ରଥମ ସ୍ଥାନ, ତୁଷାରକାନ୍ତ ପ୍ରସାଦ ଦ୍ବିତୀୟ ସ୍ଥାନ ଓ ଜୟନ୍ତୀ ଓଝାଙ୍କୁ ତୃତୀୟ ସ୍ଥାନ ମିଳିଛି । ଯେଉଁମାନେ ସୂଚନା ମୁତାବକ ଲେଖା ଦେଇନଥିଲେ ସେମାନଙ୍କୁ ଫଳାଫଳ ତାଲିକାରୁ ବାଦ ଦିଆଯାଇଛି । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ

masiha

ସହିଦ୍ ରଘୁ ସର୍ଦ୍ଦାର ଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଅର୍ପଣ 

masiha

ଗଣେଶ୍ୱର କ୍ଲବ ଦ୍ଵାରl ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!