ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଗସ୍ତରେ ବିଧାନ ସଭା ଷ୍ଟାଣ୍ଡିଂ ସବ୍ କମିଟି

ନବରଙ୍ଗପୁର ତା ୨୦/୦୧(ମସିହା) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ରାଜ୍ୟ ବିଧାନ ସଭା ଷ୍ଟାଡିଙ୍ଗ ସବ୍ କମିଟି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଜିଲ୍ଲା ସଦର ମହକୁମାର ସର୍କିଟ ହାଉସ ସଭା ଗୃହରେ ଅନୁଷ୍ଟିତ ଏହି ସମୀକ୍ଷା ବୈଠକରେ କମିଟିର ମାନ୍ୟବର ଅଧକ୍ଷ ତଥା ବିଧାୟକ ଜୟଦେବ ଓ ଶ୍ରୀ ଅରବିନ୍ଦ ଢ଼ାଲି ଯୋଗଦେଇ ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ଖୋଲା ଯାଇଥିବା ଧାନ ମଣ୍ଡି ରେ ଚାଷୀ ମାନଙ୍କ ଧାନ ସଂଗ୍ରହ ପ୍ରକ୍ରିୟା ର ଆନୁଷଙ୍ଗିକ ବ୍ୟବସ୍ଥା, ମଣ୍ଡି ରେ ଚାଷୀ ମାନଙ୍କ ପାଇଁ ଆବଶ୍ୟକ ସୁବିଧା, ଗନି ବସ୍ଥା, ନିୟନ୍ତ୍ରିତ ବଜାର କମିଟିର ଭିତ୍ତି ଭୂମିର ବ୍ୟବସ୍ଥା ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ। ବିଶେଷ କରି ଚାଷୀ ମାନଙ୍କ ରହିଥିବା କିଛି ସମସ୍ୟାର ର ସମାଧାନ କିପରି କରାଯାଇ ପାରିବ ସେ ସମ୍ପର୍କରେ ବୈଠକର ମତାମତ କୁ ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ। ଏହି କମିଟି ର ମାନ୍ୟବର ସଦସ୍ୟ ତଥା ବିଧାୟକ ଉମରକୋଟ ନିତ୍ୟାନନ୍ଦ ଗଣ୍ଡ , ମଣ୍ଡି ବ୍ୟବସ୍ଥା ଓ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦେକ୍ଷପ ନେବା ପାଇଁ ମତ ରଖିଥିଲେ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, କମିଟି ର ମାନ୍ୟବର ଅଧକ୍ଷ ଓ ସଭ୍ୟ ଙ୍କୁ ସ୍ଵାଗତ ଜଣାଇ, ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମ ବିଶେଷ କରି ମଣ୍ଡି ମାଧ୍ୟମ ରେ ଧାନ ସଂଗ୍ରହ ପ୍ରକ୍ରିୟା ର ଆନୁଷଙ୍ଗିକ ବ୍ୟବସ୍ଥା, ନିୟନ୍ତ୍ରିତ ବଜାର କମିଟି ର ଭିତ୍ତି ଭୂମି ସମ୍ପର୍କରେ ଅବଗତ କରିଥିଲେ,। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଡି ଆର୍ ସି ଏସ, ଜୟପୁର, ସି .ଏଚ. ଭବାନୀ ପ୍ରସାଦ, ଏ. ଆର୍. ସି.ଏସ, ନବରଙ୍ଗପୁର, ମୋନିକା ରାୟ, ଜି.ଏମ, ଓ .ଏସ.ସି. ଏସ. ସି. ଜୟଶ୍ରୀ ସେନାପତି ପ୍ରମୁଖ ଯୋଗଦେଇଥିଲେ।ବୈଠକ ପରେ କମିଟି କ୍ଷେତ୍ର ପରିଦର୍ଶନ ରେ ସାନ ମଶିଗାଁ ଯାଇ ସେଠାରେ ଧାନ ମଣ୍ଡି, ହସ୍ତ ତନ୍ତ୍ର, ହେଣ୍ଡଲୁମ୍, ଟସର ବସ୍ତ୍ର ବୁଣିବା କାର୍ଯ୍ୟ ବୁଲି ଦେଖିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

masiha

ଧରାକୋଟ ରେ ବ୍ଲକ ସ୍ତରୀୟ ନିପୁଣ ମେଳା

masiha

Leave a Comment

error: Content is protected !!