ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହାବଳ ବାଘ ଛାଲ ସହ ଜଣେ ଗିରଫ

ପାପଡାହାଣ୍ଡି 31/12, ମିନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ନବରଙ୍ଗପୁର ରାସ୍ତାର ମୃଗ ବିହାର ନିକଟରେ ମହାବଳ ବାଘ ଛାଲ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ସ୍ଥାନୀୟ ପୋଲିସ | ଗିରଫ ବ୍ୟକ୍ତି ଜଣକ ପାପଡାହାଣ୍ଡିର କମଳ କୁମାର ମହାନ୍ତି, ଘର ଶତନାମୀ ସାହିରେ | ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଟାଉନ ଡିଏସପି ଡା. ଚନ୍ଦ୍ରଶେଖର ହୋତ୍ତା | ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ନବରଙ୍ଗପୁର ଏସ ପି ଏସ ଶୃସି ଙ୍କ ନିର୍ଧେଶ କ୍ରମେ ପାପଡାହାଣ୍ଡି ସବ ଇନ୍ସପେକ୍ଟର ଶିବଜୀ ପଣ୍ଡା ଙ୍କ ନେତୃତ୍ୱରେ ଏକ ପୋଲିସ ର ସ୍ୱତନ୍ତ୍ର ଟିମ ଗତ 30 ତାରିଖ ଦିନ ସନ୍ଧ୍ୟା 5 ଘଣ୍ଟା ସମୟରେ ମୃଗ ବିହାର ନିକଟରେ ମୂଳଚାଲ କରୁଥିବା ବେଳେ ଏକ ବାଘ ଛାଲ ସହ ଜଣ ଙ୍କୁ ଗିରଫ କରିଥିଲା |ବାଘ ଛାଲ କେଉଁଠୁ ଆଣିଥିଲା ଓ ଏହି ରାକେଟ ରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଛି | ଏଥି ସହ ମହାବଳ ବାଘ ଛାଲ ସତ୍ୟତା ପରୀକ୍ଷା ନିମନ୍ତେ ଏହି ବାଘ ଛାଲ କୁ ଦେହରାଦୁନ ପରୀକ୍ଷାଗାର କୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଡ଼ିଏସପି ଡା. ଚନ୍ଦ୍ରଶେଖର ହୋତ୍ତା | ଏନେଇ ପାପଡାହାଣ୍ଡି ଥାନା କେଶ ନ 229/31ମାମଲା ରୁଜୁ କରି ଦୋଷୀ କୁ କୋର୍ଟ ଚାଲାଣ କରିଛି | ଏହାର ତଦନ୍ତ ଥାନା ଅଧିକାରୀ ରାମେଶ୍ୱର ପ୍ରାଧନ କରୁଥିବା ସୂଚନା ମିଳିଛି | ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ସବ ଇନ୍ସପେକ୍ଟର ଶିବଜି ପଣ୍ଡା ସହ ଥାନା କର୍ମଚାରୀ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାସୋଳ ପୋଲିସର ଦବଙ୍ଗ ଗିରି : ହତୋତ୍ସାହିତ ଅଭିଯୋଗକାରୀ

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ ,  ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

masiha

ନକଲି ନୋଟ୍ କାରବାର, : ୨୦୦ ଟଙ୍କିଆ ୧୦୦ ଖଣ୍ଡ ନକଲି ନୋଟ ସହ ମୋବାଇଲ୍ ଜବତ, ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!