ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭାଗବତ, ଗୋପଲୀଳା ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରୁପ୍ରା, ୧୪/୩ (ମନିସ) : ନର୍ଲା ବ୍ଲକ୍ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ ସାଲିଙ୍ଗ ଗ୍ରାମ କିଚକ ବଧ ନାଟ୍ୟ କମିଟି ଆୟୋଜନରେ ଭାଗବତ, ପାରାୟଣ, ଗୋପଲୀଳା ଓ ଷୋହଳ ପ୍ରହର ନIମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାଗବତ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଭାଗବତ ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗାୟିକା ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଗଧାପାଲି ଗ୍ରାମର ସୁନାମଧନ୍ୟା ପାରାୟଣ ଗାୟିକା ସପ୍ନାରାଣୀ ଯୋଶୀ ଯୋଗଦାନ କରିଥିଲେ । ବରିଷ୍ଠ ପୂଜକ ବୃନ୍ଦାବନ ମିଶ୍ର ପୂଜାକାର୍ଯ୍ୟ ତୁଳାଇଥିବା ବେଳେ ଯଜ୍ଞ କର୍ତା ଭାବରେ ମୋହନ ସାହୁ ଓ ତାଙ୍କ ଧର୍ମ ପତ୍ନୀ ଛବିଲା ସାହୁ ଦାୟିତ୍ବ ନିର୍ବାହ କରିଥିଲେ। ଭାଗବତ ଗୋପଲୀଳା କାର୍ଯ୍ୟରେ ବରଗଡ ଜିଲ୍ଲାରୁ ଆସିଥିବା କଳାକାର ମାନେ ଯୋଗଦାନ କରି କଂଶ ମହାରାଜ, ଉଗ୍ରେସେନ, ଦେବକୀ, ବସୁଦେବ, କୃଷ୍ଣ, ବଳରାମ, ନାରଦ ଓ ଅନ୍ୟାନ୍ୟ ଭୁମିକାରେ ଅଭିନୟ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ସେହିପରି ନାମଯଗ୍ୟଁ କାର୍ଯ୍ୟକ୍ରମରେ ବରଗଡ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର କୀର୍ତ୍ତନ ମଣ୍ଡଳି ଯୋଗଦେଇ ଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳ ଲାଗି ଓ ଶ୍ରାବଣ ଉତ୍ସବ

masiha

ଆସନ୍ତା ୧୮ ତାରିଖ ରୁ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

ଗୁରୁ ପୁର୍ଣିମା ଉପଲକ୍ଷେ ସାଇ ମନ୍ଦିର ଠାରେ ଅନ୍ନ ପ୍ରସାଦ

Leave a Comment

error: Content is protected !!