ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ବଜେଟ ଅଭିଭାଷଣ ରଖି ଖଡ଼ିଆଳ ବିଧାୟକ ଶିକ୍ଷା ଅଧିକାର ଆଇନ ୧୦ ବର୍ଷ ପରେ ଲାଗୁ, ମାଗଣା ଶିକ୍ଷା ବ୍ୟବସ୍ଥା, କେବିକେ ଅଂଚଳରେ ୧୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା , ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି, ଖଡ଼ିଆଳ ସ୍ଵୟଂ ଶାସିତ କଲେଜ କୁ ସରକାରୀ କଲେଜ ମାନ୍ୟତା ଦାବି

ନୂଆପଡା, // ଓଡିଶା ଶିକ୍ଷା ବଜେଟ ରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଭିଭାଷଣ ରଖି ବଜେଟ ବ୍ୟବସ୍ଥାରେ ଅନୁନ୍ନତ,ପଛୁଆ ଜିଲ୍ଲାରେ ଶିକ୍ଷାର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି। ସେହିପରି ଖଡ଼ିଆଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ କୁ ସରକାରୀ କଲେଜର ମାନ୍ୟତା ଦାବି କରିଛନ୍ତି। ଶିକ୍ଷା ଅଧିକାର ଆଇନ ଓଡିଶାରେ ୧୦ ବର୍ଷ ପରେ ଲାଗୁ ହୋଇଅଛି। ଅଷ୍ଟମ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ନବମ,ଦଶମ ଏବଂ ଦ୍ବାଦଶ ପାଇଁ ବ୍ୟବସ୍ଥା ଆବଶ୍ୟକ ପାଇଁ ଦାବୀ, ୧୨ ହଜାର ଶିକ୍ଷକ ଙ୍କୁ ଚୁକ୍ତି ଭିତ୍ତିକ ରୁ ନିୟମିତ କରିବା ବ୍ୟବସ୍ଥା ଦାବୀ ,କେବିକେ ଅଞ୍ଚଳରେ ୧୫ ଜଣ ଛାତ୍ର ଛାତ୍ରୀ ଥିବା ସ୍କୁଲ ଖୋଲିବା ନେଇ ବିଧାନସଭାରେ ନିଷ୍ପତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖୋଲି ନାହିଁ ଦାବି କରିଥିଲେ। ଶିକ୍ଷକଙ୍କ ପଦୋନ୍ନତିର କଥା ନେଇ ଶିକ୍ଷା ବିଭାଗରେ ଦୁର୍ନୀତିର ବାସ୍ନା କଥା କହିଥିଲେ। ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ମନ୍ୟତା ଦାବି କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭାନପୁର ପେକ୍ସ୍ ଠାରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ଚିଲିଗୁଡା ରେ ବିହନ ବିତରଣ ମେଳା ଅନୁଷ୍ଠିତ

Sunil Chandra Nayak

ଆଜି ବି ମଣ୍ଡିରୁ ଉଠିଲା ନାହିଁ ,ଚାଷୀ ସଙ୍ଗଠନ ଓ ମିଲର ନିଜ ଜିଦ ରେ ଅଟଳ

masiha

Leave a Comment

error: Content is protected !!