ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ରଖିଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ….

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ୨୮୭.୮୨ କୋଟି ମଞ୍ଜୁର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 କଳାହାଣ୍ଡିରେ ୧୩ ଟି ସେତୁ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପି ଏମଳି ଏସଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ ନେଇ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଶ୍ରୀ ପ୍ରଧାନଙ୍କ ପତ୍ରର ପ୍ରତ୍ୟୁତ୍ତରରେ ଉଲ୍ଲେଖ କରିଥିବା ବେଳେ ଏହି ନିଷ୍ପତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ଵିଟ୍ କରି କହିଛନ୍ତି । ଶ୍ରୀ ପ୍ରଧାନ ଟ୍ଵିଟ୍ କରିଛନ୍ତି ଯେ ଭାଗତ ସରକାର ଓଡିଶାର ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମିର ବିକାଶ ତଥା ଗମନାଗମନ ସୁବିଧାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଓଡ଼ିଶାର ୧୫ ଜିଲ୍ଲା ଯଥା କଳାହାଣ୍ଡି ପାଇଁ ୧୩ଟି,ସମ୍ବଲପୁର ପାଇଁ ୧୦ଟି,ଗଞ୍ଜାମ ପାଇଁ ୮ଟି, କଟକ ପାଇଁ ୫ଟି, ନବରଙ୍ଗପୁର ପାଇଁ୫ଟି, ବାଲେଶ୍ଵର ପାଇଁ ୩ଟି, ମୟୂରଭଞ୍ଜ ପାଇଁ୩ଟି, ଦେବଗଡ଼ ଓ ମାଲକାନଗିରି ପାଇଁ ୨ଟି ଲେଖାଁଏ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତିନେଇଛନ୍ତି । ଅନୁରୂପ ଭାବରେ ଭଦ୍ରକ,ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ ସୁନ୍ଦରଗଡ ଜିଲ୍ଲାରେ ଗୋଟାଏ ଲେଖାଁଏ ସେତୁ ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି । ଏହା ଦ୍ଵାରା ଏହି ସବୁ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ଓ ଏହି ନିଷ୍ପତି ଅଞ୍ଚଳର ବିକାଶ କରିବା ସହ ସାମାଜିକ ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସର୍ବକା ସାଥ୍, ସବକା ବିକାଶ, ସବକା ପ୍ରୟାସ, ସବକା ବିଶ୍ଵାସ ମନ୍ତ୍ରରେ କାର୍ଯ୍ୟ କରୁଛନ୍ତି ଓ ଓଡିଶାର ବିକାଶ ପାଇଁ ଏହି ପ୍ରକଳ୍ପକୁ ମଂଜୁର କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂକେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଆଇଇଟି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ର ଯୁବନେତା ସମ୍ମାନିତ

Sunil Chandra Nayak

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!