ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପିସ୍ତଲ ସହ ଦୁଇଜଣଙ୍କୁ କୋର୍ଟ୍ ଚାଲାଣ

ବନ୍ଧୁଗାଁ..୧୪।୦୩।୨୩ // କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୋଲିସ ଆଜି ଏକ ପିସ୍ତଲ ରଖିଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ କୋର୍ଟ୍ ଚାଲାଣ କରିଛି।ସେମାନଙ୍କ ଠାରୁ ପିସ୍ତଲ ସହ ଗୋଟିଏ ଖାଲି ମାଗାଜିନ୍ ଓ ଗୋଟିଏ ମୋବାଇଲ୍ ମଧ୍ୟ ଯବତ କରିଥିବା ଆଇ ଆଇସି ଶ୍ଵେତ ପଦ୍ମା ସେଠ୍ କହିଛନ୍ତି।ଲକ୍ଷ୍ମୀପୁର ପୋଲିସ ସୁତ୍ରରୁ ପ୍ରକାଶ ଲକ୍ଷ୍ମୀପୁର ଥାନା ଠାରୁ ଦୁଇ କିଲୋମିଟର ଦୁର ବୁର୍ଜା ନିକଟସ୍ତ ସିରିଂପାଇ ଝୋଲା ବ୍ରିଜ ନିକଟରେ ସୋମବାର ରାତିରେ ପିସ୍ତଲ ଧରି ୪ଜଣ ଯୁବକ ଯାତାୟତ କରୁଥିବା ଓ ଜାନବାହାନକୁ ଅଟକାଇ ଭୟଭିତ କରୁଥିବା ପୋଲିସ ପାଖରେ ଖବର ପହଁଚିଥିଲା।ଖବର ପାଇ ପୋଲିସ୍ ଚଢାଉ କରିବା ବେଳେ ଦୁଇଜଣ ଖସି ଯାଇଥିଲେ।ଅନ୍ୟ ଦୁଇ ଜଣ ପୋଲିସ ହାବୁଡରେ ପଡିଥିଲେ।

ଗିରଫ ମାନେ ହେଲେ ବୁର୍ଜା ଗ୍ରାମର ଅଭିସେକ ତୁରୁକ୍ ଓ ରତନ ଖରା ରହିଥିବା ବେଳେ ଏମାନଙ୍କ ନାମରେ ଲକ୍ଷ୍ମୀପୁର ଥାନା କେସ ନମ୍ବର ୨୭/୨୩ରେ ଏକ ମାମଲା ରୁଜୁ କରି ୟୁ/ଏସ୍-୨୫(୧-ବି)୨୭ ଆର୍ମ୍ ଆକ୍ଟରେ ସେମାନଙ୍କୁ ଆଜି କୋର୍ଟ୍ ଚାଲାଣ କରାଜାଇଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ବର୍ତମାନ ସୁଧା ଫେରାର ଅଛନ୍ତି।ସେମାନଙ୍କୁ ତୁରନ୍ତ ଗିରଫ କରାଜିବ ବୋଲି ତଦନ୍ତକାରି ଅଫିସର୍ ପଞ୍ଚାନନ ଶତପଥି କହିଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୁଲିସ୍ ପକ୍ଷରୁ ପ୍ରୋଜେକ୍ଟ ଶିଲଡ୍ ଶୁଭାରମ୍ଭ

Sunil Chandra Nayak

ଧାତକିଡିହି ଗ୍ରାମରେ ଯୁବତୀ’ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!