ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖଚକ ବନ୍ଦ ଡାକରା ,ଡ୍ରାଇଭର ମହାସଂଘର ଆନ୍ଦୋଳନ ତେଜିଲା

ଜୟପାଟଣା:୧୫/୦୩/୨୩ // ବିଭିନ୍ନ ଦାବି ନେଇ ଆଜିଠାରୁ ଡ୍ରାଇଭର୍‌ ଏକତା ମହାମଞ୍ଚ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖଚକ ବନ୍ଦ ଓ ଷ୍ଟିଅରିଂଛାଡ଼ ଧର୍ମଘଟ କରିଛି। ରାଜ୍ୟବ୍ୟାପୀ ଡ୍ରାଇଭର୍‌ ଭାଇମାନେ ଦୀର୍ଘ ଦିନ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏ ସଂପର୍କରେ ପୂର୍ବରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲ। ଏପରିକି ଦାବିଗୁଡ଼ିକ ସଂପର୍କରେ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଉଷା ପାଢ଼ୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା ବି କରାଯାଇଥିଲା। ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ସମସ୍ତ ଦାବିର ସ୍ଥାୟୀ ସମାଧାନ କରାଯିବ ବୋଲି ଉକ୍ତ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ଏହାର ପ୍ରତିବାଦରେ ଡ୍ରାଇଭର୍‌ ଭାଇମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଆଗାମୀ ଦିନରେ ଏହାର ସମାଧାନ ନହେଲେ ତୀବ୍ର ଆନ୍ଦୋଳନ ତେଜିବ ବୋଲି ମହାମଞ୍ଚ ଚେତାବନୀ ଦେଇଛି । ଜୟପାଟଣାରେ ମଧ୍ୟ ଶତାଧିକ ଡ୍ରାଇଭର ଏକତ୍ରିତ ହୋଇ ନିଜ ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁ ସୂଦନ ଜୟନ୍ତୀ ପାଳନ

masiha

ଖୋଜିଲେ ମିଳୁନି ଦାଣ୍ଡି କିଆରୀ ,ପୋଖରୀ ନ ଥାଇ କେମିତି ହେଲା ପୁନଉର୍ଦ୍ଧାର ?

Sunil Chandra Nayak

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

masiha

Leave a Comment

error: Content is protected !!