ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ରେ ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଧୋଳନ

ଉତ୍କେଲା,୧୫/୦୩,ନିପ୍ର:କେସିଙ୍ଗା ଡ୍ରାଇଭରମାନେ ଆରମ୍ଭ କରିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। କେସିଙ୍ଗା ଡ୍ରାଇଭର ସଂଘ ସଭାପତି ଇଶ୍ବରଚନ୍ଧ୍ର ସିଂହ ଙ୍କ ନେତୃତ୍ୱରେ ଉପ-ସଭାପତି ରବିନ୍ଧ୍ର ଶବର,ସଂପାଦକ ପ୍ରେମାନନ୍ଦ ଗଡତିଆ,ସନୋଜ ସିଂହ,ତେଜରାଜ ଗଉଡ,ପ୍ରତାପ କିଶୋର ସିଂହ ଅକ୍ଷୟ ଭାଟି ସମେତ ବ୍ଲକ ର ୨୭ ଟି ପଞ୍ଚାୟତ ତଥା ଏନେସି ଡ୍ରାଇଭର ଯୋଗ ଦେଇଛନ୍ତି। ବୁଧବାର ୧୫ ମାର୍ଚ ଠାରୁ ଅନିର୍ଦିଷ୍ଟ କାଳ ପ୍ରଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ୧୦ ଦଫା ଦାବି ନେଇ ଶହ ଶହ ଡ୍ରାଇଭର କେସିଙ୍ଗା ବ୍ଲକ ବୋରିଙ୍ଗ ପଦର ପାଖରେ ଓ ପାଷ୍ଟିକୁଡି ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ଅଭିନବ ଉପାୟରେ ଆନ୍ଧୋଳନ ପ୍ରଦର୍ଶନ କରୁଛନ୍ତି। ଏହା ଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ଯାତ୍ରୀଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଡ୍ରାଇଭରମାନେ ନିଜ ପାଇଁ ଉଚିତ ଦରମା, ଚାକିରି ସୁରକ୍ଷା, ବୀମା ଓ ପେନ୍‌ସନ୍ ଭଳି ଦାବି ନେଇ ଏହି ଆନ୍ଦୋଳନ କରୁଛନ୍ତି। ବୁଧବାର ସକାଳୁ ଡ୍ରାଇଭରମାନେ ରାସ୍ତାରେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡିକୁ ଅଟକାଉଛନ୍ତି। ରାସ୍ତାରେ ଚଲାଉଥୀବା ଡ୍ରାଇଭରମାନଙ୍କୁ ସମ୍ମାନ ର ସହିତ ପାଛୋଟି ନେଇ ଫୁଳହାର ପିନ୍ଧାଇ ସିନ୍ଧୁର ଲଗାଇ ମୁଁ ଡ୍ରାଇଭର ଜାତିର କଲଙ୍କ ବୋଲି ଲେଖା ଝୁଲାଇ ଗାଡି ଚଲାଇବା ପାଇଁ ଛାଡୁଥୀବା ଦେଖିବାକୁ ମିଲିଛି।

ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ଓଡ଼ିଶା ଡ୍ରାଇଭର ମହାସଂଘର ଆଲୋଚନା ବିଫଳ ହେବା ଫଳରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଡ୍ରାଇଭରଆମେ ନିଜ ଜିଦରେ ଅଟଳ ରହିବାରୁ ଏବେ ସାରା ରାଜ୍ୟରେ ଯାନାବାହନ ଚଳାଚଳ ପ୍ରଭାବିତ ହୋଇଛି। ଅପରପକ୍ଷେ ଏବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟତ ଉପରେ ଏହି ଆନ୍ଦୋଳନର ଯେପରି ପ୍ରଭାବ ନପଡ଼େ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅନ୍ୟପଟେ କେସିଙ୍ଗା ର ରେଲଓ୍ବେ ଷ୍ଟେସନ,ବଲାଙ୍ଗିର ଛକ,ବସଷ୍ଟାଣ୍ଡ ସମେତ ବ୍ଲକର ପ୍ରମୁଖ ଗାଁ ବୋରିଆ,ଉତ୍କେଲା,ପାଷ୍ଟିକୁଡି ଛକ ଗୁଡିକ ଶୂନଶାନ ହୋଇଯାଇଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

୨ ମୋଟରସାଇକଲ ମୁହାଁ ମୁହିଁ ଧକ୍କା ୩ ଆହାତ ୧ ଗୁରୁତର

Sunil Chandra Nayak

ଭାରତୀୟ କିସାନ ସଂଘ କଟକ ସଦର ଅଂଚଳରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଜୟନ୍ତୀ 

Sunil Chandra Nayak

ଦାସି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!