ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଡ୍ରାଇଭର ମହାସଂଘର ଷ୍ଟେୟରିଂ ଛାଡ଼ ଆନ୍ଦୋଳନ

ଡାବୁଗାଁ, ୧୫/୩ (ମ.ନି.ସ.)- ବୁଧବାର ରାଜ୍ୟ ମହାସଂଘର ନିର୍ଦ୍ଦେଶକ୍ରମେ ଡାବୁଗାଁ ମହାସଂଘ ତରଫରୁ ଷ୍ଟେୟରିଂ ଛାଡ଼ ଆନ୍ଦୋଳନ ଡ଼ାକରା ଦେଇଛନ୍ତି | ବ୍ଲକ ସଭାପତି ସନ୍ତୋଷ କୁମାର ଭତ୍ରା ଙ୍କ ସଭାପତିତ୍ବରେ ଶତାଧିକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ | ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ କଡରେ ବ୍ଲକର ୧୫୦ ଜଣ ଡ୍ରାଇଭର ଏକତ୍ରିତ ହୋଇଥିଲେ | ସରକାର ୧୦ ଦଫା ଦାବି ପୂରଣ ରେ ବିଳମ୍ବ କରୁଥିବାରୁ ସ୍ଲୋଗାନ ମାଧ୍ୟ୍ୟମରେ ପ୍ରତିବାଦ ଜଣାଇଥିଲେ |ଏହି ଡ୍ରାଇଭର ମହାସଂଘ ରେ ଟ୍ରକ୍, ବସ୍,ବଲେର ସହ ଅନ୍ୟାନ୍ୟ ଗାଡ଼ି ଚାଳକ ଡ୍ରାଇଭର ମାନେ ଉପସ୍ଥିତ ଅଛନ୍ତି।ବ୍ଲକ ଓଡିଶା ଡ୍ରାଇଭର ମହାସଂଘ କର୍ମ କର୍ତା ମାନେ ଯାନ ବାହାନ ଚଳା ଚଳ କୁ ବାଧା ଦେଇନଥିଲେ | ମୋଟ ଉପରେ ଶାନ୍ତି ଶୃଙ୍ଖଳା ର ସହ ଆଜିର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ହୋଇଅଛି | ଦାବି ପୂରଣ ନ ହେଲେ ସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି |ଏହି ଆନ୍ଦୋଳନ ରେ ରାଜ୍ୟ ର ୫ ଲକ୍ଷ୍ୟ ରୁ ଉର୍ଦ୍ଧ ଡ୍ରାଇଭର ମାନେ ଡ୍ରାଇଭର ମହାସଂଘର ଷ୍ଟେୟରିଂ ଛାଡ଼ ଆନ୍ଦୋଳନ କରିଛନ୍ତ l ଏଥିରେ ମହାସଂଘର ଡାବୁଗାଁ ବ୍ଲକ ଉପସଭାପତି ଦିଲ୍ଲୀପ ନାୟକ, ସମ୍ପାଦକ ଅମିରଅଲ୍ଲୀ ଖାନ, ସହ ସମ୍ପାଦକ ବିଶ୍ଵଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଡମ୍ବରୁ ନାୟକ, ମନ ଭତ୍ରା, ମିଟୁ ପଣ୍ଡା, ଗୋପାଳ ହରିଜନ, ଗଣେଶ ହରିଜନ, ପି. ଭୈରବ ରାଓ, ରାମଚନ୍ଦ୍ର ହରିଜନ, ଉତ୍ତମ ପ୍ରଧାନ ଙ୍କ ସମେତ ସମସ୍ତ ଡ୍ରାଇଭର ମାନେ ଯୋଗ ଦେଇଥିଲେ l

   ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳ ଗୀତିକବି ସମାଜ ର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ

masiha

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ 

Sunil Chandra Nayak

ରାଉରକେଲା ଅର୍ବାନ ର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!