ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“କବିତା ଆପଣଙ୍କର – ସୁର ଓ ସ୍ଵର ମୋର” ପ୍ରତିଯୋଗିତା

ରାଉରକେଲା/ “ଜୟଦେବ କଳା ବିକାଶ କେନ୍ଦ୍ର” ଆନୁକୁଲ୍ୟରେ ଜଗଦା ସାଂସ୍କୃତିକ ପରିଷଦ ସଭା ପ୍ରକୋଷ୍ଠରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

     ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ବାରା ଆହୁତ ଏହି ସମ୍ମିଳନୀରେ ମୁଖ୍ୟତଃ ଏକ ଅଭିନବ ସଂଗୀତ ପ୍ରତିଯୋଗିତା ସଂମ୍ପର୍କରେ ଆଲୋଚନା ହୋଇଥିଲା। ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଣ୍ଡା କହିଲେ ଯେ, “କବିତା ଆପଣଙ୍କର – ସୁର ଓ ସ୍ଵର ମୋର” ଭଳି ଏକ ଅଭିନବ ସଂଗୀତ ପ୍ରତିଯୋଗିତା ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରାଯାଇଛି ।

ସେଥିମଧ୍ୟରୁ ପ୍ରତିଯୋଗୀ ମାନଙ୍କର ବୟସ ଅନ୍ୟୁନ ୧୮ ବର୍ଷ କିମ୍ବା ତଦୁର୍ଦ୍ଧ ହୋଇଥିବ।ପ୍ରତିଯୋଗୀ ଆକାଶବାଣୀ/ଦୂରଦର୍ଶନ ର ସ୍ବୀକୃତି ପ୍ରାପ୍ତ ସଂଗୀତ ସଂଯୋଜକ ହୋଇ ନ ଥିବେ। ରାଉରକେଲା ର ପ୍ରତିଷ୍ଠିତ ଗୀତି କବିମାନଙ୍କ ଦ୍ଵାରା ରଚିତ ସୁଗମ ଗୀତଗୁଡ଼ିକୁ ପ୍ରତିଯୋଗୀ ମାନେ ନିଜର ସ୍ବର ସଂଯୋଜନା କରି ଗାୟନ କରିଵେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭାର ଅନ୍ବେଷଣ ହେବା ସହ ପ୍ରତିଯୋଗୀ ମାନଙ୍କର ସାଂଗୀତିକ ସୃଜନଶୀଳତା ଠାବ କରି ସେମାନଙ୍କୁ ଲୋକ ଲୋଚନକୁ ଆଣିବା ସଂସ୍ଥାର ଏକମାତ୍ର ଆଭିମୁଖ୍ୟ ବୋଲି ସେ କହିଥିଲେ । ଏଥି ସହ  ପ୍ରତିଯୋଗିତାର ୪୮ଘଣ୍ଟା ପୂର୍ବରୁ ପ୍ରତିଯୋଗୀମାନଙ୍କୁ ଦୁଇଟି ସୁଗମ ଗୀତ ଯୋଗାଇ ଦିଆଯିବ।

ପ୍ରତିଯୋଗୀମାନେ କୌଣସି ଗୋଟିଏ ସୁଗମ ଗୀତକୁ ନିଜସ୍ଵ ଶୈଳୀରେ ସଙ୍ଗୀତ ସଂଯୋଜନା କରି ନିଜସ୍ୱ ସ୍ୱର ରେ କଣ୍ଠଦାନ କରିଵେ। ପ୍ରତିଯୋଗିତା ଓ ଚୟନ ପ୍ରକିୟା ମାଧ୍ୟମରେ ସମ୍ମାନନୀୟ ବିଚାରକ ମଣ୍ଡଳୀ ଓ ଜୁରୀଗଣ କ୍ରମାନ୍ୱୟରେ ୧୦ ଜଣଙ୍କୁ ଶ୍ରେଷ୍ଠ ବିବେଚନା କରିବାକୁ ଯୋଜନା କରାଯାଇଛି ।

 ସର୍ବଶ୍ରେଷ୍ଠ ବିବେଚିତ ୧ମ, ୨ୟ, ୩ୟ ପ୍ରତିଯୋଗୀ ଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର, ଆର୍ଥିକ ପୁରସ୍କାର ଓ ବିଜୟ ଫଳକ ପ୍ରଦାନ କରାଯିବା ର ଯୋଜନା କରାଯାଇଛି। ଅନ୍ୟ ୪ ଜଣ ପ୍ରତିଯୋଗୀ ଙ୍କୁ ସାନ୍ତ୍ୱନାମୂଳକ ଆର୍ଥିକ ପୁରସ୍କାର ସହ ମାନପତ୍ର ଓ ସ୍ମାରକୀ ଫଳକ ପ୍ରଦାନ କରାଯିବ । ଶେଷ ୩ ଜଣ ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ସ୍ମାରକୀ ଫଳକ ପ୍ରଦାନ କରାଯିବ। ଅପ୍ରେଲ ୨୫ ତାରିଖ ଠାରୁ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହୀ ପ୍ରାର୍ଥୀ/ ପ୍ରାର୍ଥୀନୀ ମାନଙ୍କୁ ସଂସ୍ଥା ତରଫରୁ ନିୟମାବଳୀ ସହିତ ଆବେଦନ ପତ୍ର ନିଃଶୁଳ୍କ ଯୋଗାଇ ଦିଆଯିବ।

 ପ୍ରତିଯୋଗୀ ମାନେ ନିଜ ସୁବିଧା ଅନୁଯାୟୀ ନିମ୍ନ ପ୍ରଦତ୍ତ ମୋବାଇଲ ହ୍ବଆଟ୍ସପ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ।

ମୋବାଇଲ ନମ୍ବର/ହ୍ବଆଟ୍ସପ୍ ନମ୍ବର: ୭୦୦୮୦୧୯୫୨୭, ୯୦୪୦୫୫୩୪୬୬, ୭୯୭୮୧୧୬୬୯୪, ୭୦୦୮୪୪୫୨୪୧,୭୯୭୮୪୦୯୪୩୩ ନମ୍ବର ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।

    ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜୟଦେବ କଳା ବିକାଶ କେନ୍ଦ୍ରର ସଦସ୍ୟ ସର୍ବଶ୍ରୀ ସଂଜୀବ ମହାନ୍ତି, ପିତାମ୍ବର ଲେଙ୍କା,ପରଭେଜ ଆରୋରା, କ୍ରିଷ୍ଣା ସିଂହ, ଗୋକୁଳାନନ୍ଦ ଦାଶ,ସୁକାନ୍ତ ମହାପାତ୍ର, ଭାସ୍କର ପୁହାଣ,ଡ଼ ସୁଶାନ୍ତ ପାଣି,ବ୍ରଜେନ୍ଦ୍ର ଦାଶ, ପ୍ରଭାତ ସାମଲ, ସୌମ୍ୟରଞ୍ଜନ କର, କରୁଣାକର ସାହୁ,ପ୍ରଭାତ ମହାନ୍ତି,ପ୍ରଦୀପ ପତି, ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନରେନ୍ ଦାସ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବସୋଈ ଗ୍ରାମପଞ୍ଚାୟତ ର ଓଡିଶା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ 

ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ଧର୍ମଗଡ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର 

masiha

Leave a Comment

error: Content is protected !!