ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ,ସଂଗୀତ ଜୀବନକୁ ପ୍ରାଣବନ୍ତ କରେ…..

ରାଉରକେଲା/ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ସାହିତ୍ୟ ବିଭାଗର ଉପସଭାପତି ଡଃ ସନାତନ ପ୍ରଧାନଙ୍କ ସଂଯୋଜନା ଓ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ରାଜୀବ ପାଣି ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ଓଡିଶୀ ନୃତ୍ୟ ସଂଗୀତର ବିଶେଷତ୍ବ ଓ ଗୁରୁ ପଙ୍କଜ ଚରଣ ଦାସଙ୍କ ଭୂମିକା’ ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ପାଣି କହିଲେ ଯେ ଗୀତ ନୃତ୍ୟ ଓ ବାଦ୍ୟର ସମାବେଶରେ ସଂଗୀତ ସୃଷ୍ଟି । ସୃଷ୍ଟିର ଆରମ୍ଭରୁ ସଂଗୀତ ଓ ନୃତ୍ୟ ସୃଷ୍ଟି ହୋଇଛି । ଏହା ସହ ମହାଯାଗତିକ ଓ ପ୍ରାକୃତିକ ସଂଗୀତ ସଂପର୍କରେ ବକ୍ତବ୍ଯ ରଖିଥିଲେ । ସେହିପରି ଓଡଶୀ ନୃତ୍ୟକୁ ଗୁରୁ ପଙ୍କଜ ଚରଣ ଦାସ , ଗୁରୁ ଦେବପ୍ରସାଦ ଦାସ, ଗୁରୁ ଅରୁଣା ମହାନ୍ତି, ଗୁରୁ ପ୍ରିୟମ୍ବଦା ମହାନ୍ତି, ଗୁରୁ ସୋନାଲ ମହାନ୍ତି ପ୍ରମୁଖ କିପରି ଶୀର୍ଷରେ ପହଞ୍ଚାଇଛନ୍ତି ଓ ସାରେଗାମାପାଦାନି ର ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଗାଳ୍ପିକ ଭୂପେନ ମହାପାତ୍ର ‘ ମ୍ୟାଜିକ ଦୋକାନ ‘ ନାମରେ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସସ୍ମିତା ପ୍ରଧାନ, ରଶ୍ମି ସାହୁ ଓ ଡଃ ଜୟନ୍ତୀ ପାଢୀ ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କରାଯାଇଥିଲା । ଏଥିରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଗୌତମ ଦାସ,ସୁଶାନ୍ତ କୁମାର ନାୟକ,ଅଟମ ରଥ,କରୁଣାକର ପାଟ୍ଟଶାଣୀ,ଅଶୋକ ପଟ୍ଟନାୟକ ଓ ବୀଣାପାଣି ରଥ ତଥା ସଂଯୋଜିକା ତ୍ରୟ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଂପାଦକ ଅଶୋକ କୁମାର ବଳ ଅତିଥିଙ୍କ ପରିଚୟ ଓ ଶେଷରେ ଅନ୍ୟତମ ସଂପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଡା ବସନ୍ତ ଦାସ, ମନୋଜ ପଣ୍ଡା, ବସନ୍ତ କୁମାର ନାୟକ,ଅର୍ଚ୍ଚନା ମହାନ୍ତି, ଅଭୟ କୁମାର ଦାସ, ପ୍ରଦୀପ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ,ବବିତା ମହାପାତ୍ର, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଜ୍ଞାନେନ୍ଦ୍ର କୁମାର ଦାଶ, ଉମାକାନ୍ତ ପ୍ରଧାନ, ପର୍ଶୁରାମ ପଟ୍ଟନାୟକ, କିଶୋରୀ ମୋହନ କର, ରାଜକୁମାର ମହାନ୍ତି, ଟୁକୁଲା ପାଢୀ, ବିଚିତ୍ରା ନନ୍ଦ ସାହୁ, ପ୍ରତାପ ରାୟ, ଅକ୍ଷୟ ସାମଲ,ଆର୍ତ୍ତତ୍ରାଣ ମହାପାତ୍ର,ସଂଜୀବ କୁମାର ଭୋଇ,ରାଧାକାନ୍ତ ମିଶ୍ର, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ,ଗୀତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସମାଜସେବୀଙ୍କ ଜନନୀ ସମ୍ପର୍କ ଅଭିଯାନ

masiha

କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ   

Sunil Chandra Nayak

Leave a Comment

error: Content is protected !!