ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜି ପଖାଳ ଦିବସ….

 ଆଜି ପଖାଳ ଦିବସ….

ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି।

ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ।

ପ୍ରକୃତରେ ମାର୍ଚ୍ଚ ୨୦ ତାରିଖରେ ଏହାକୁ ପାଳନ କରିବାର ଏକ ତାତ୍ପର୍ଯ୍ୟ ମଧ୍ୟ ରହିଛି। ସୂର୍ଯ୍ୟଙ୍କ ଗତିବିଧିକୁ ଲକ୍ଷ ରଖି ପ୍ରାୟ ମାର୍ଚ୍ଚ ୨୧ ତାରିଖ ପରଠାରୁ ଦିନର ଅବଧି ବୃଦ୍ଧି ପାଇ ଖରାର ପ୍ରକୋପ ଆରମ୍ଭ ହୋଇଥାଏ। ହେଲେ ମାର୍ଚ୍ଚ ୨୦ ତାରିଖରେ ଦିନ ଓ ରାତି ପୁରା ସମାନ ରହିଥାଏ। ତା ପରଦିନ ଖରା ଆରମ୍ଭ ହେଉଥିବାରୁ ଆଉ ଦିନ ବଡ ରହୁଥିବାରୁ ଏହି ଦିନରୁ ପଖାଳ ଖାଇ ଦିବସର ଶୁଭାରମ୍ଭ କରାଯାଇଛି।

ଏହାର ଲୋକପ୍ରିୟତାକୁ ଦେଖି ତାରକା ହୋଟେଲଗୁଡିକ ମଧ୍ୟ ବ୍ୟବସାୟିକ ଦୃଷ୍ଟିରଖି ଏହି ଦିବସକୁ ପାଳନ ଆରମ୍ଭ କଲେ। ତାରକା ହୋଟେଲରୁ କଂସାବେଲାରେ ପଖାଳ ସହିତ ଶୁଖୁଆ ଭଜା, ଶାଗଭଜା, ବଡିଚୁରା, ବାଇଗଣ ପୋଡା ପ୍ରଭୃତି ଖାଣ୍ଟି ଓଡିଆ ଖାଦ୍ୟ ଗ୍ରାହକଙ୍କୁ ପରଷି ଦେଲେ। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ ତରଫରୁ ବିଜ୍ଞାପନ ମଧ୍ୟ ଦିଆଗଲା। ଫଳରେ ସହରୀ ଲୋକେ ତାରକା ହୋଟେଲରେ ପଖାଳ ଖାଇବା ମଜା ମଧ୍ୟ ନେଲେ।

ପଖାଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା….
“ବିଶ୍ୱ ପଖାଳଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ,
ଓଡ଼ିଆ ଖାଦ୍ୟ ପରମ୍ପରାର ଏକ ସ୍ଵତନ୍ତ୍ର ପରିଚୟ ପଖାଳ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ ପଖାଳ ।
ଆସନ୍ତୁ, ଆଜିର ଏହି ଦିବସଟିକୁ ଆନନ୍ଦ ଉଲ୍ଲାସରେ ସଭିଏଁ ମିଳିମିଶି ପାଳନ କରିବା।”

ପଖାଳ ଦିବସ, ପଖାଳର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେରେ ଅଣଆନୁଷ୍ଠାନିକ ଭାବେ ଓଡ଼ିଆମାନେ ପାଳନ କରିଥାନ୍ତି ।

ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ । ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ଖିଆଯାଇଥାଏ ।ଏହାକୁ ବଙ୍ଗଳାରେ “ପନ୍ତ ଭାତ” ଓ ଭୋଜପୁରୀରେ “ମାରା ଭାତ” ଓ ମାଲାୟାଲାମରେ “ବଲ୍ଲୁ ଚୋରୁ” ବୋଲି କୁହାଯାଏ ।

ପଖାଳର ଆରମ୍ଭ….

ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ। ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି ।ତେଣୁ ୨୧ ମାର୍ଚ୍ଚମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି ।

ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ଅଛି ।ଏହି ଶୀତଳ ଖାଦ୍ୟ ପଦାର୍ଥ ମଧ୍ୟରେ ପଖାଳ ଅନ୍ୟତମ ।

ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି । ଅଧୁନା ଏହି ଦିବସ ଓଡ଼ିଶାର କେତେକ ଭୋଜନାଳୟମାନଙ୍କରେ ପଖାଳ ପରଷି କରାଯାଏ । ଅନେକ ସ୍ଥାନରେ ପଖାଳ ଖାଇବା ସହ ଫଟୋ ଉଠାଇବା ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

Related posts

ଆଜିର ଦିବସର ଅନୁଚିନ୍ତା: ଜୁନ୍ ୧୫ ତାରିଖ : ସମୟର ପୃଷ୍ଠାରେ ଜୁନ୍ ୧୫- 

Sunil Chandra Nayak

ଯୋଗଜନ୍ମା ପୁରୁଷ -” ଗଡଜାତ ଗାନ୍ଧୀ ” ସାରଙ୍ଗଧର “

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ ୨୦ ତାରିଖ : ସାଧନା,ସେବା ଓ ସମର୍ପଣର ନୂତନ ସନ୍ଦେଶ 

Sunil Chandra Nayak

Leave a Comment

error: Content is protected !!