ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କୁ ଦାଦନ ବେଣୁଧର ସୁନାଙ୍କ ଶବ ଫେରୁଛି

ମ.ରାମପୁର,୨୦/୦୩(ମସୀହା) ରାଜ୍ୟ ରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବଢି ଚାଲିଛି ସିନା ଥମିବାର ନାଁ ଧରୁ ନାହିଁ। କିଏ ଶବ ହୋଇ ଫେରିଛନ୍ତି ତ ଆଉ କିଏ ପଙ୍ଗୁ ହୋଇ l କେତେ ବେଳେ ଦାଦନ ର ଶବ ଅର୍ଥ ଅଭାବରୁ ନିଜ ଗାଁ କୁ ଅନ୍ତିମ ସଂସ୍କାର ପାଇଁ ଶବ ଆସି ପାରୁନାହିଁ l ଏଭଳି କେତେ ହୃଦ ଵିଦାରକ ଘଟଣା ଦାଦନ ଙ୍କୁ ନେଇ ଦେଖିବାକୁ ମିଳୁଛି l କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ ପଞ୍ଚାୟତ ର କୁମେରପଟା ଗ୍ରାମର ବେଣୁଧର ସୁନା (୩୫ ବର୍ଷ ) ରବିବାର ଦିନ ଗୁଜରାଟର ରାଜକୋଟ ଗୁରୁ କୂଳ ଅଞ୍ଚଳରେ ଛଅ ମହଳା କୋଠା ରେ କାମ କରୁଥିବା ସମୟରେ କୋଠା ରୁ ଖସିପଡ଼ି ମୃତ୍ୟୁ ବରଣ କରିଥିବା ଖବର ମିଳିଛି l ପ୍ରାପ୍ତ ସୂଚନା ମତେ ବେଣୁଧର ଗତ ୧୧ ତାରିଖ ଦିନ ନିଜ ସ୍ତ୍ରୀ ସହିତ ରାଜକୋଟ କୁ ଦାଦନ ଖଟିବାକୁ ଯାଇଥିଲେ l ସେ କାମ କରୁଥିବା ସମୟରେ କୋଠା ରୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ସେଠି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହାପରେ କୋଠା ମାଲିକ ବେଣୁ ର ଶବକୁ ଏକ ଆମ୍ବୁଲାନ୍ସରେ ଗାଡ଼ିରେ ନିଜ ଜନ୍ମ ମାଟି କୁ ପଠାଉଥିବା ଖବର ମିଳିଛି। ମୃତ ବେଣୁଧର ଙ୍କ ଦୁଇ ଟି ପୁଅ ରହିଥିବା ବେଳେ ବଡ ପୁଅ ସଦାଇପାଲି ରେ +୨ ପଢୁଥିବା ବେଳେ ସାନପୁଅ ନିଜ ଗାଁ କୁମେର ପଟା ଗାଁ ସ୍କୁଲରେ ଷଷ୍ଠ ଶ୍ରେଣୀ ପଢୁଛି। ଶବ ମଙ୍ଗଳବାର ଦିନ ଗାଁ କୁ ଫେରିବ ବୋଲି ସୂଚନା ମିଳିଛି। ଏହି ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ଜଣାଯାଇଛି l 

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ: ଲୋକାର୍ପିତ ହେଲା ଏଆଇ (A) ଚାଟବଟ୍ ‘ଆମର ସହାୟକ’

Sunil Chandra Nayak

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ  

masiha

ବେଦାନ୍ତ ଲିମିଟେଡ ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

Leave a Comment

error: Content is protected !!