ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲ୍ଲାପରିଷଦ ପଦ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଜା ଚାଲିଛି

ଭବାନୀପାଟଣା:୨୬/୨- ମ.ନି.ସ:- କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲ୍ଳାପରିଷଦ ଭୋଟ ଗଣତି ଅପରାହ୍ନ ୧ ଘଣ୍ଟା ସମୟ ସୁଦ୍ଧା ଜିଲ୍ଳାରେ ହୋଇଥିବା ଜିଲ୍ଳାପରିଷଦ ନିର୍ବାଚନର ଫଳାଫଳ ଜଣାପଡିଥିବା ବ୍ଳକର ସୂଚନା ହସ୍ତଗତ ହୋଇଛି। ଭବାନୀପାଟଣା ଜିଲ୍ଳାପରିଷଦ ଜୋନ ୧-ରେ ବିଜେପି ପ୍ରାର୍ଥୀ ହୃଦାନନ୍ଦ ସାହୁ ଲିଡ୍ କରିଛନ୍ତି। ଧର୍ମଗଡ ବ୍ଳକର ଜିଲ୍ଳାପରିଷଦ ଜୋନ ୧-ରେ ବିଜେପି ପ୍ରାର୍ଥୀ ଅପରେଶ ସ୍ବାଇଁ ଆଗରେ ରହିଥିଲେ। ଗୋଲାମୁଣ୍ତା ବ୍ଳକ ଜିଲ୍ଳାପରିଷଦ ୧- ଜୋନରେ ବିଜେଡି ପ୍ରାର୍ଥୀନୀ ହେମାଙ୍ଗିନୀ ରାଉତ୍ ବିଜେପିକୁ ପଛରେ ପକାଇ ଆଗରେ ରହିଛନ୍ତି। ଜୟପାଟଣା ବ୍ଳକର ଜିଲ୍ଳାପରିଷଦ ୧- ଜୋନରେ ବିଜେପି ପ୍ରାର୍ଥୀ ଅଙ୍ଗଦ ମାଝୀ ଆଗରେ ରହିଥିଲେ,ଜୁନାଗଡ ବ୍ଳକର ୧- ଜୋନରେ ବିଜେଡି ପ୍ରାର୍ଥୀ ସୁଧିର ମେହେର ଆଗରେ ରହିଥିଲେ,କଲମପୁର ବ୍ଳକର ୧- ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ପୁର୍ଣ୍ଣମୀ ମାଝୀ ଆଗରେ ଥିଲେ,କର୍ଲାମୁଣ୍ତା ବ୍ଳକର ଜିଲ୍ଳାପରିଷଦ ୧- ଜୋନରେ ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରଣା ଆଗରେ ଅଛନ୍ତି,କେସିଙ୍ଗା ବ୍ଳକର ଜିଲ୍ଳାପରିଷଦ ଜୋନ ୧- ବିଜେଡି ପ୍ରାର୍ଥୀନୀ ଦିପାଞ୍ଜଳୀ ସାହୁ ଆଗରେ ରହିଥିଲେ, କୋକସରା ବ୍ଳକରେ ଜିଲ୍ଳାପରିଷଦ ୧-ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ହେମନ୍ତ ମାଝୀ ଆଗରେ ଥିଲେ, ଲାଞ୍ଜିଗଡ ବ୍ଳକର ୧- ଜୋନରେ ବିଜେଡ଼ି ପ୍ରାର୍ଥୀନୀ ଅଞ୍ଜଳି ମାଝୀ ଆଗରେ ରହିଥିଲେ, ମଦନପୁର ରାମପୁର ବ୍ଳକରେ ଜିଲ୍ଳାପରିଷଦ ୧- ଜୋନରେ ବିଜେଡି ପ୍ରାର୍ଥୀ ପଷ୍ପେନ୍ଦ୍ର ସିଂଦେଓ ଆଗରେ ଥିଲେ, ନର୍ଲାବ୍ଳକର ଜିଲ୍ଳାପରିଷଦ ୧- ଜୋନରେ ବିଜେଡ଼ି ପ୍ରାର୍ଥୀନୀ ନମ୍ରତା ସାହୁ ଆଗରେ ରହିଥିଲେ। ସେହିପରି ଥୁଆମୂଳ ରାମପୁର ବ୍ଳକର ଜିଲ୍ଳାପରିଷଦ ୧- ଜୋନରେ ବିଜେଡି ପ୍ରାର୍ଥୀନୀ ପ୍ରମୀଳା ମାଝୀ ଆଗରେ ରହିଥିବା ଜଣାପଡିଛି

Related posts

ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କ UAS ପ୍ରଚଳନ କାର୍ଯ୍ୟକ୍ରମକୁ ବିରୋଧ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମରା,୨୦୨୩.ପସ୍ତୁତି ବୈଠକ

Sunil Chandra Nayak

ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶରେ ଭବାନୀପାଟଣା ବ୍ଳକ ସଭା ଗୃହରେ ଏକ ସଚେତନ କାର୍ଯ୍ଯକ୍ରମ

Leave a Comment

error: Content is protected !!