ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦି ସରକାର ଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ମିଳିତ କନଭେନସନ

ରାଉରକେଲା/କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦି ସରକାର ଙ୍କ ଜନ ବିରୋଧି, ଶ୍ରମିକ, କୃଷକ ତଥା ଦେଶ ବିରୋଧି ନୀତି ବିରୁଦ୍ଧରେ ସି ଆଇ ଟି ୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୂର ୟୁନିୟନ ଡାକରା ରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ ସଫଳ କରିବା ସହିତ ଦେଶର ସାଧାରଣ ଜନତା, ଶ୍ରମିକ, କୃଷକ,କ୍ଷେତ ମଜଦୂର କର୍ମଚାରୀ,ଯୁବ, ଛାତ୍ର, ମହିଳା, ଆଦିବାସୀ ସକଳ ସ୍ତରର ସାଧାରଣ ଲୋକଙ୍କ ୨୦ ଦଫା ଦାବିରେ ପାର୍ଲିଆମେଣ୍ଟ ଅଭିଯାନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଶହ ଶହ ସଂଖ୍ୟାରେ ସାମିଲ ହେବାକୁ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଶ୍ରମିକ, କୃଷକ ଓ କ୍ଷେତ ମଜଦୂର ମାନଙ୍କ ଏକ ମିଳିତ କନଭେନସନ ସି ଆଇ ଟି ୟୁ ନେତା ଜାହାଙ୍ଗୀର ଅଲ୍ଲୀ ଓ କୃଷକ ସଭା ନେତା ସୁରେନ୍ଦ୍ର ଦାଶ ଙ୍କ ମିଳିତ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କନଭେନସନ ରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ଜନ ସାଧାରଣ ଗର୍ଜନ କରିବାକୁ ଆହ୍ୱାନ ଦେଇଥିଲେ। ସକଳ କ୍ଷେତ୍ରରେ ମୋଦି ସରକାର ବିଫଳ ହୋଇଥିଲା ବେଳେ ଦେଶର ହାତ ଗଣତି ନିର୍ଦ୍ଦିଷ୍ଟ ପୁଂଜିପତି ମାନଙ୍କ ସ୍ଵାର୍ଥ ସାଧନ ପାଇଁ କାମ କରୁଥିବା ଅଭିଯୋଗ କରିଥିଲେ। ୨୦ ଦଫା ଦାବି ମଧ୍ୟରେ ସର୍ବନିମ୍ନ ମଜୁରୀ ମାସିକ ୨୦ ହଜାର କରିବା, କୃଷକ ମାନଙ୍କୁ କୃଷିଜାତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସମସ୍ତ ଗରିବ, ମଧ୍ୟବିତ୍ତ ଚାଷୀ,କୃଷି ଶ୍ରମିକ ଙ୍କ ଉପରୁ ସରକାର ଏକ କାଳୀନ ୠଣ ଛାଡ କରିବା,୪ଟି ଲେବର କୋର୍ଡ ଓ ବିଦ୍ୟୁତ ସଂଶୋଧନ ବିଲ୍ -୨୦୨୨ ଓ ପରିବହନ ସମ୍ବର୍ଦ୍ଧିତ ସଂଶୋଧିତ ଆଇନ କୁ ବାତିଲ କରିବା,ମନେରଗା ରେ ସର୍ବନିମ୍ନ ୨୦୦ ଦିନର କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ଖାଲି ପଡିଥିବା ପଦବୀ ପୂରଣ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ସରକାରୀ ଗଣବଣ୍ଟନ ବ୍ୟବସ୍ଥା କୁ ସାର୍ବଜନୀନ କରିବା, ସମସ୍ତ ସ୍କିମ୍ ଶ୍ରମିକ ଯଥା ଅଙ୍ଗନବାଡ଼ି, ଆଶା, ପାଚିକା,ଆଇ ସି ଆର ପି,ଓ ବ୍ୟାଙ୍କ ମିତ୍ରମାନଙ୍କୁ ଶ୍ରମିକ ର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପରିବହନ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଭୃତି ଦାବିରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏହି କନଭେନସନ ରେ ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ନେତା ହୃଦୟାନନ୍ଦ ଯାଦବ,ବି ପି ମହାପାତ୍ର, ତାଜମୁନ୍ ନେହାର, ନୃସିଂହ ନାରାୟଣ ପାଣିଗ୍ରାହୀ,ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ପ୍ରଭାତ ମହାନ୍ତି, ଲକ୍ଷ୍ମୀଧର ନାୟକ, ବୁବୁନ ମାଇତି, କୃଷକ ସଭା ନେତା ସମୀର ନାଏକ, ବୁଧନୀ ମୁଣ୍ଡାରୀ, କ୍ଷେତ ମଜଦୂର ୟୁନିୟନ ନେତା ରଜତ ମୁଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭୁବନରେ ଗରିବ କଲ୍ୟାଣ ସମାବେଶ ପାଳନ କଲା ବିଜେପି

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

ଉଚ୍ଚ ଶିକ୍ଷିତ/ଶିକ୍ଷିତାଙ୍କୁ ଜିଲ୍ଲା କମିଟିରେ ଦେଲେ ଅଗ୍ରାଧିକାର 

Sunil Chandra Nayak

Leave a Comment

error: Content is protected !!