ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଭିନ୍ନ ଦାବି ନେଇ କଂଗ୍ରେସର ପ୍ରତିବାଦ

ନର୍ଲା (ମନିସ) ବିଜେପି ସରକାରର ଲୋକ ମାରଣ ନିତୀ, ବ୍ୟାଙ୍କ ଏବଂ ଏଲ୍ଆଇସିକୁ ଘରୋଇକରଣ ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ନର୍ଲା ବ୍ଳକ କଂଗ୍ରେସ ଦଳ ପକ୍ଷରୁ ଏଥିପାଇଁ ନର୍ଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦର ସ୍ବର ଉଠିଥିବା ଦେଖିବାକୁ ମିଳିଛି। ଏଥିରେ ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ନେତୃତ୍ବରେ ଯୁବ କଂଗ୍ରେସ ନେତା ଦୀପୁ ପାତ୍ର,ସୁଦାମ ଚରଣ ପଧାନ, ସନ୍ତୋଷ ମାଝୀ, ସୁମନ ମହାନନ୍ଦ,ଅଲେଖ ସେନାପତି, ଜନ୍ମେଜୟ ଭୋଇ, ଭବାନୀ ଶଙ୍କର ପଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଜେପି ସରକାରଙ୍କ ଗ୍ୟାସ ସିଲିଣ୍ଡର ଦରଦାମ ବୃଦ୍ଧି ପ୍ରସଙ୍ଗ ଓ ହିଡେନବର୍ଗ ରିପୋର୍ଟର ତଦାରଖ ପାଇଁ ଜେପିସି ଗଠନ ଦାବି ଉପରେ କଂଗ୍ରେସ ନେତା ସମୀର ଚାନ୍ଦ ମତାମତ ରଖି ଦୃଢ଼ ପ୍ରତିବାଦ କରିଥିଲେ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି

Sunil Chandra Nayak

କାଳବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ମୂତ୍ଯୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ସରକାରୀ ଓ ବେସରକାରୀ ଆବାସିକ କେନ୍ଦ୍ରର ପ୍ରଣାଳୀ ସଂଶୋଧନ ଦାବିରେ ବିଜେଡ଼ି ତରଫରୁ ଶନିବାର ୧୮ ତାରିଖ ୧୨ ଘଣ୍ଟିଆ ହଡତାଳ

Sunil Chandra Nayak

Leave a Comment

error: Content is protected !!