ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋରାପୁଟ ଜୋନ ବିଜୁ ଛାତ୍ର ଜନତା ଦଳ ଉପସଭାପତି ହେଲେ ହିମାଂଶୁ

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ହିମାଂଶୁ ଜେନା କୋରାପୁଟ ଜୋନ ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ଭାବେ ପାଇଁ ମନୋନୀତ ହୋଇଛନ୍ତି। ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପୁଣି ଥରେ ଜିଲ୍ଲା ସ୍ତରରୁ ଯୋଗ୍ୟ ବିବେଚନା କରି ଜୋନ୍ ସ୍ତରରେ ଛାତ୍ର ଜନତା ଦଳର ଉପସଭାପତି ଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ହିମାଂଶୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଶ୍ରୀ ସୁଧାଂଶୁ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଉମରକୋଟ ଅଞ୍ଚଳରେ ଥିବା ଅଧିକରୁ ଅଧିକ ଯୁବକଙ୍କୁ କିଭଳି ଏକଜୁଟ କରି ଦଳରେ ସାମିଲ କରାଯିବ ଏବଂ ଦଳକୁ ତୃଣମୂଳ ସ୍ତରରୁ ଆହୁରି ଅଧିକ ମଜବୁତ କରାଯାଇପାରିବ ସେ ଦିଗରେ ଗୁରୁତ୍ବ ଦେବେ ବୋଲି ହିମାଂଶୁ କହିଛନ୍ତି। ଏଥି ପାଇଁ ସେ ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଓଡ଼ିଶା ଜନତା କଂଗ୍ରେସ ପାର୍ଟି ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

masiha

୫ ଟି ସଚିବ ଙ୍କ ନବରଙ୍ଗପୁର ଗସ୍ତକୁ ନେଇ ଡାବୁଗାଁ ବ୍ଲକ କଂଗ୍ରେସ ର ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!