ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ: ଉଦ୍ଘାଟନ ର ମାସେ ପରେ ବି ଶୌଚାଳୟ ରେ ଝୁଲୁଛି ତାଲା

ରୋଗୀ ସମେତ ଆଟେଣ୍ଡାଣ୍ଟ ହେଉଛନ୍ତି ହଇରାଣ 

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ଥିବା ଏକ ମାତ୍ର ସର୍ବ ସାଧାରଣ ଶୌଚାଳୟ ରେ ତାଲା ଝୁଲୁଛି । ଶୌଚାଳୟ ଉଦଘାଟନ କୁ ଇତି ମଧ୍ୟରେ ୩୦ଦିନ ଅର୍ଥାତ ମାସେ ବିତିଲାଣି ଅଥଚ ଗେଟ ରେ ପଡି ଥିବା ତାଲା ଫିଟୁ ନାହି । ଫଳ ରେ ସାଧାରଣ ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ଆଟେଣ୍ଡାଣ୍ଟ ମାନେ ଶୌଚ କ୍ରିୟା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମହିଳା ମାନେ ବହୁତ ହଇରାଣ ହେଉଛନ୍ତି । 

    ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ସାଧାରଣ ରୋଗୀ ଏବଂ ତାଙ୍କର ସମ୍ପର୍କୀୟ ଆଟେଣ୍ଡାଣ୍ଟ ମାନଙ୍କ ବ୍ୟବହାର ପାଇଁ ଗତ ୨୦୧୬ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଏକ ଶୌଚାଳୟ ନିର୍ମାଣ କରାଯାଇ ଥିଲା ଯାହାକି ଅଳ୍ପ ଦିନ ର ବ୍ୟବହାର ପରେ ଭାଙ୍ଗି ରୁଜି ଯାଇଥିଲା । ଦୀର୍ଘ ଦିନ ଧରି ଏଠାରେ ତାଲା ଝୁଲିବା ପରେ ଏନଏସି ଏହାର ମରାମତି କରାଇ ଥିଲା । ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହାର ନବୀକରଣ କରାଯାଇଥିଲା । ଗତ ଫେବୃୟାରୀ ମାସ ୭ତାରିଖ ରେ ଧର୍ମଗଡ ବିଧାୟକ ଏହାର ଉଦ୍ଘାଟନ କରି ଥିଲେ । ଧର୍ମଗଡ ଏନଏସି ଏହି ଶୌଚାଳୟ ର ପରିଚାଳନା ଦାୟିତ୍ୱ ହାତକୁ ନେଇ ଥିବା ବେଳେ ଏଠାରେ ତାଲା ଝୁଲୁ ଥିବାରୁ ସାଧାରଣ ରୋଗି ଓ ସେମାନଙ୍କ ସଂପର୍କୀୟ ଶୌଚ କାର୍ଯ୍ୟ ପାଇଁ ହଇରାଣ ହେଉଛନ୍ତି । ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। କେବେ ଏହାର ତାଲା ଫିଟିବ ଏବଂ ଏହା ଜନ ସାଧାରଣ ଙ୍କ ବ୍ୟବହାର ପାଇଁ ଖୋଲା ଯିବ ତାହାକୁ ଏବେ ଲୋକେ ଅପେକ୍ଷା କରି ରହିଛନ୍ତି । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ସିଆରିଆ ଗ୍ରାମରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ବୈଠକ 

Sunil Chandra Nayak

Leave a Comment

error: Content is protected !!