ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ନୂତନ ପାଠ୍ୟକ୍ରମ ଆରମ୍ଭ ନିମନ୍ତେ ଅନୁମତି

ରାଉରକେଲା/ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଉରକେଲା ସହରର ଅନ୍ୟତମ ପ୍ରତିଷ୍ଠିତ ମହାବିଦ୍ୟାଳୟ- ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବିଭିନ୍ନ ନୂତନ ପାଠକ୍ରମ ଆରମ୍ଭ ନିମନ୍ତେ ଅନୁମତି ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ଚିଠି ସଂଖ୍ୟା ୧୨୪୦୬/ ତା ୨୦-୦୩-୨୦୨୩ର ସୂଚନା ମୁତାବକ ମହାବିଦ୍ୟାଳୟରେ ସ୍ନାତକ ସ୍ତରରେ ନୂତନଭାବେ ୧୨୮ଜଣଙ୍କ ପାଇଁ ବାଣିଜ୍ୟ ବିଭାଗ ଆସନ୍ତା ୨୦୨୩-୨୦୨୪ଠାରୁ ଖୋଲିବ। ଏହା ସହିତ ସ୍ନାତକ ବିଭାଗରେ ଦର୍ଶନ, ସମାଜ ଶାସ୍ତ୍ର, ସଂସ୍କୃତ ଓ ଭୁଗୋଳ ବିଷୟରେ ୩୨ଟି ଲେଖା ଛାତ୍ରୀ ନାମ ଲେଖାଇବାର ବ୍ୟବସ୍ଥା ହୋଇଛି। ସେହିଭଳି ଉପାଧ୍ୟୁତ୍ତର ବିଭାଗରେ ନୂତନ ଭାବେ ଓଡ଼ିଆ, ଇଂରାଜୀ, ହିନ୍ଦି, ଗୃହ ବିଜ୍ଞାନ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଇତିହାସ ଓ ମନସ୍ତ୍ୱତ୍ତ୍ୱ ବିଭାଗରେ ୩୨ ଲେଖା ଛାତ୍ରୀ ନାମ ଲେଖାଇବାର ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ସେଲ୍ଫ ଫାନାନସ୍‌ଇଙ୍ଗ ମାଧ୍ୟମରେ ନୂତନଭାବେ ବିବିଏ ଓ ବିସିଏ ପାଠ୍ୟକ୍ରମରେ ୩୨ଟି ଲେଖା ଛାତ୍ରୀ ନାମ ଲେଖାଇପାରିବେ। ସମସ୍ତ ନୂତନ ପାଠ୍ୟକ୍ରମରେ ୨୦୨୩-୨୦୨୪ ଶିକ୍ଷାବର୍ଷରୁ ନାମଲେଖା ନିମନ୍ତେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ସୂଚନା ଦିଆଯାଇଛି। ଏହିସବୁ ନୂତନ ପାଠ୍ୟକ୍ରମରେ ନାମ ଲେଖାଇବା ସୁଯୋଗ ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳର ଛାତ୍ରୀମାନଙ୍କ ଆବଶ୍ୟକତା ପୂରଣ ହେବାର ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚୀବ ବିଷ୍ଣୁପଦ ସେଠୀ, ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶିକା ପ୍ରଫେସର୍ ଡକ୍ଟର ପ୍ରଭାବତୀ ଗୁରୁ, ପିଟିସି, ଉପ ନିର୍ଦ୍ଦେଶକ ଶ୍ରୀ ରଜତ୍ ମାନସିଂହ ପ୍ରମୁଖଙ୍କୁ ଅଧ୍ୟକ୍ଷା ପ୍ରଫେସର୍ ଡକ୍ଟର ପଦ୍ମଜା ପଟ୍ଟନାୟକ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଧନ୍ୟବାଦ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବାଛୁରୀ ସହ ବାଇକ୍ ଧକ୍କା; ସାମ୍ବାଦିକ, ତାଙ୍କ ପତ୍ନୀ ଓ ଝିଅ ଗୁରୁତର

Sunil Chandra Nayak

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ପଞ୍ଚାୟତରେ ଉତ୍ତୋଳନ ହୋଇପାରିଲାନି ତ୍ରିରଙ୍ଗା ପତାକା, ଥାନାରେ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

masiha

Leave a Comment

error: Content is protected !!