ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ହେଲେ ଦୁର୍ଘଟଣା ରୋକାଯାଇପାରିବ

ଜୁନାଗଡ଼,୨୧/୩(ମ ନି ସ) ଜୁନାଗଡ଼ ଏନଏସି କାର୍ଯ୍ୟାଳୟରେ ଆଜି ସଡ଼କ ସୁରକ୍ଷା ଓ ଶୂନ୍ୟ ଦୁର୍ଘଟଣା ସପ୍ତାହ ଦିବସ ପାଳନ ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ନ ସାମନ୍ତରାୟ ,ଜୁନାଗଡ଼ ତହସିଲଦାର ସୁଦିପ୍ତା ମହାନ୍ତି, ଆଇଆଇସି ସତ୍ୟାନନ୍ଦ ପାତ୍ର,ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ,ପିଡବ୍ଲୁଡୁ ଏସ୍ଡ଼ିଓ ସୁନାରାମ ମୂର୍ମୁ,ଏନଏସି ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।ଜିଲାରେ ଗତ ୧ ବର୍ଷ ମଧ୍ୟରେ ୧୪୫ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ଏହାକୁ ନେଇଁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ତେବେ ସଚେତନ ହେଲେ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ବିଶେଷ କରି ଜୁନାଗଡ଼ ସହର ରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା, ଟ୍ରମା କେୟାର ସେଣ୍ଟର, ଟ୍ରକ ଟର୍ମିନାଲ, ବେଆଇନ ପର୍କିଙ୍ଗ,ମଦ୍ୟ ପାନକରି ଡ୍ରାଇଭିଂ ରୋକିବା ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଜୁନାଗଡ଼ ସହରର ବିଭିନ୍ନ ସଙ୍ଘଠନର କର୍ମକର୍ତ୍ତା ,ଅଧିକାରୀମାନେ ଯୋଗଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

 

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

Sunil Chandra Nayak

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!