ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନ୍ଧି କୁଲିହାରୀ ହାଇସ୍କୁଲ ରେ ଏ -୧ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା 

ସନ୍ଧି କୁଲିହାରୀ ହାଇସ୍କୁଲ ରେ ଏ -୧ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା 

ଧର୍ମଗଡ:ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସନ୍ଧି କୁଲିହାରୀ ହାଇସ୍କୁଲ ର ୬ ଜଣ ଛାତ୍ର ଛାତ୍ରୀ ଏ-୧ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କୃତି ଛାତ୍ର ଛାତ୍ରୀ ଙ୍କୁ ଆଜି ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ କରା ଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରିଖି ରାମ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଏବିଇଓ ଅରୁପାନନ୍ଦ ଭୋଇ, ବିଶ୍ୱଜିତ ବେହେରା, ଲବଣୀ କୁମାର ନାଏକ,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପଦ୍ମ ଲୋଚନ ନାଏକ, ଅବସର ପ୍ରାପ୍ତ ଶିକ୍ଷକ ତରୁଣ କୁମାର ବାଗ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଲିପୁନ କୁମାର ବାଗ, ସରୋଜ ଗହିର, ଲିପୁନ କେତକୀ, ଗିବ୍ସ ସାହୁ , ଗୁଲସନ ବୋଡେକ୍ ଓ ଛାତ୍ରୀ ପ୍ରିୟଙ୍କା ନାଏକ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉଜ୍ବଳମୟ ଭବିଷ୍ୟତ କାମନା କରି ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମାଧ୍ୟମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ

masiha

କବିତା ପୁସ୍ତକ ସ୍ବାତି ନକ୍ଷତ୍ରର ଝିଅ ଉନ୍ମୋଚିତ

masiha

ତ୍ରୀନାଥ ମନ୍ଦିରର ରତ୍ନ ମୁଦ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁଭ ଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!