ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ଳୋବାଲ ଇଣ୍ତିଆ ଆଚିଭମେଣ୍ଟ’ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଚିକିତ୍ସାବିତ୍ ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମର୍ଦ୍ଧିତ

ବ୍ରହ୍ମପୁର:୨୬/୨- ନୂଆଦିଲ୍ଲୀରୁ ଗ୍ଳୋବାଲ ଇଣ୍ଡିଆ ଏକ୍ସଲେନସ ଆଚିଲମେଣ୍ଟ ଆଓ୍ବାର୍ଡ – ୨୦୨୧ ରେ ସମ୍ମାନିତ ବ୍ରହ୍ମପୁର ମହାନଗରର ଦୁଇ ବ୍ଯକ୍ତିତ୍ବ ବରିଷ୍ଠ ସାମ୍ବାଦିକ ତଥା “ନବୀନ” ସମ୍ପାଦକ ରବି ରଥ ଓ ବିଶିଷ୍ଟ ଶଲ୍ଯ ଚିକିତ୍ସିତ ଡା,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଭଗବତ ଚାରିଟେବଲ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧତ କରାଯାଇଛି। ଶନିବାର ପୂର୍ବାହ୍ନରେ ସ୍ଥାନୀୟ ବୈକୁଣ୍ଠ ନଗରୀ ସ୍ଥିତ ସାଇସଦନ କଲ୍ଯାଣ ମଣ୍ତପ ପରିସରରେ ଟ୍ରଷ୍ଟର ଅଧ୍ଯକ୍ଷ ଏସ୍, ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବର୍ଷିୟାନ ଭେଷଜ ବିଶେଷଜ୍ଞ ପ୍ରଫେସର ଡା, ପି.ସି.ସାହୁ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଉଭୟ ସମ୍ମାନିତ ପ୍ରତିଭାଙ୍କୁ ଉପଢୌକନ ଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡା,ଡମ୍ବରୁଧର ସାହୁ ଓ ବର୍ଷିୟାନ ଶିକ୍ଷାବିତ ତଥା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଭଗବତ ଚାରିଟେବଲ ଟ୍ରଷ୍ଟର ଏଭଳି ପ୍ରତିଭା ପୂଜା କାର୍ଯ୍ଯକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ଅନ୍ଯମାନଙ୍କ ମଧ୍ୟରେ ପ୍ରଫେସର ରଘୁନାଥ ପ୍ରସାଦ ପାର୍ଢି ଶର୍ମା, ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଅବସର ପ୍ରାପ୍ତ ପରିବହନ ଅଧିକାରୀ ଇଂ.ଦେବୀ ପ୍ରସାଦ ପାଢୀ, ସମାଜସେବୀ ରାମକୃଷ୍ଣ ପାତ୍ର,ଡା,ଗୋପାଳ କୃଷ୍ଣ ପାଣିଗ୍ରାହୀ, ସବିତା ସାହୁକାର, ସରିତା ପଣ୍ଡା, ସନ୍ତୋଷିନୀ ବେହେରା, ସୁଶାନ୍ତ କୁମାର କର,କପିଳ ଚନ୍ଦ୍ର ମହାନ୍ତି,ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବାବେଳେ ଶେଷରେ ସୁଶ୍ରୀ ଇସାନୀ ପାତ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ଯକ୍ରମ ପରିଚାଳନାରେ ଟ୍ରଷ୍ଟର ସମସ୍ତ ସଦସ୍ୟ,ସଦସ୍ଯା ସକ୍ରିୟ ସହଯୋଗ କରିଥିଲେ। ମ ନି ସ 

Related posts

ଭ୍ରମର ବାଗ ଙ୍କ କବିତା ହେ ଚକାଆଖି ମୋତେ ଦିଅ ଆଶିଷ 

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

Sunil Chandra Nayak

ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

Sunil Chandra Nayak

Leave a Comment

error: Content is protected !!