ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନ୍ୟୁ ଇଣ୍ଡିଆ ଦ୍ୱାରା ବର୍ଷାଜଳ ସଂରକ୍ଷଣ ସଚେତନତା

ଢେଙ୍କାନାଳ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ଆନୁକୂଲ୍ୟରେ ଏବଂ ଭାରତ ସରକାର ଯୁବ ଓ କ୍ରୀଡା ବିଭାଗ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ସନ୍ଥପୁରସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ବର୍ଷାଜଳ ସଂରକ୍ଷଣ ସମ୍ପର୍କିତ ସଚେତନାତା କାର୍ଯ୍ୟକ୍ରମ ଗତ ୧୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ରଟ ଜଳ ସମସ୍ୟା, ବୃଷ୍ଟିଜଳ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହେବା ସହିତ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଚେତନତା ଶୋଭାଯାତ୍ରା, ପୋଷ୍ଠର ଆଦି ପ୍ରତିଯୋଗୀତା ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମନରେଗା ଲୋକପାଳ ଅମରେନ୍ଦ୍ର ମଲ୍ଲ, ନେହେରୁ ଯୁବକେନ୍ଦ୍ର ଅତିରିକ୍ତ ନିଦେ୍ର୍ଦଶକ ଅଶୋକ କୁମାର ଦାଶ, ସମାଜସେବୀ କୈଳାଶ ଚନ୍ଦ୍ର ରାଉତ, ଗଗନ ବିହାରୀ ରାଉତ, ଉତ୍ସବ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ନ୍ୟୁ ଇଣ୍ଡିଆ ସମ୍ପାଦକ ଶେଷଦେବ ରାଉତ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଂଯୋଜକ ସଞ୍ଜୟ ଦାସ ସହଯୋଗ କରିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଚଳଚଞ୍ଚଳ ହିଞ୍ଜିଳିକାଟୁ ବଜାର

Sunil Chandra Nayak

ହୃଦଘାତ ଯୋଗୁଁ ସି.ଆର୍‌.ପି.ଏଫ୍ ଯବାନଙ୍କ ମୃତ୍ୟୁ 

Sunil Chandra Nayak

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

Leave a Comment

error: Content is protected !!