ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ସହର

       ସହର____

ଏ ସହର ନୁହେଁ ତ ମୋ କଳ୍ପନାର ସହର,
ସ୍ବପ୍ନ ମଧ୍ୟ କିଣା ହୁଏ ଏଠି,
ଏଠି ସମସ୍ତେ ପ୍ରତାରିତ ହୁଅନ୍ତି ମନରେ ଦେହରେ ପ୍ରତିଟି 
କାର୍ଯ୍ୟ କଳାପରେ।
ନାହିଁ ଏଠି ସ୍ନେହ ପ୍ରେମ ଦୟା କି କରୁଣା,
ଯାହା ଅଛି ସେତ ଖାଲି ମିଥ୍ୟା ପ୍ରତାରଣା।
କଇଁଛର ବେକ କାଢି ମିଥ୍ୟାର ଖୋଳପା ତଳୁ,
ଦିଆ ଯାଏ କେତେ ପ୍ରତିଶ୍ରୁତି ଓ ସମ୍ଭାବନା,
ଅଗ୍ନିବର୍ଷୀ ଭାଷଣରେ ଥାଏ,
ଖାଲି ମିଥ୍ୟା ପ୍ରବଞ୍ଚନା।।
ଅହରହ ଧାଉଥାନ୍ତି ସମସ୍ତେ ଏଠାରେ,
ଭାବିବାକୁ ବେଳ କାହିଁ ଏ ତୁଛା କଥାରେ?
ଏ ସହର , ହତ୍ୟା ଲୁଣ୍ଠାନର ସହର
ଷଡ଼ଯନ୍ତ୍ରକାରୀ ପକ୍ଷ ମେଲି ନିର୍ବିଘ୍ନରେ ଉଡିବୁଲୁଥାଏ,
ଆଉ ଖୋଜି ଚାଲେ ତାର, ଇପସିତ ଶିକାର।
ପ୍ରଦୂଷିତ ସହରରେ ମନ ଆଜି ପ୍ରଦୂଷିତ,
ହଜିଯାଏ ବିବେକ ବିଚାର।
ସଂକୀର୍ଣ୍ଣତା ଈର୍ଷା ଦୁହେଁ ମିଶି ଅବିରତ କରନ୍ତି ପ୍ରହାର।।
ଉଗ୍ର ସବୁ ଯେତେ ଏଠି କାମନା ବାସନା,
ସ୍ବପ୍ନ ଯାହା ଦେଖିଥିଲି , ସବୁ ସେତ ଲାଗଇ ଛଳନା।।

  __ଚିତ୍ରା ରାଣୀ ପାତ୍ର।__

              ବାଲେଶ୍ଵର

Related posts

ଭାଗବତ ପ୍ରସାଦ ଙ୍କ କବିତା //ଏଇ ଖ୍ରୀଷ୍ଟ ମାସର କାହାଣୀ 

Sunil Chandra Nayak

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା//ମୋ ଯିଶୁ //

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା // ଶୈବ ଉପାସନା

Sunil Chandra Nayak

Leave a Comment

error: Content is protected !!