ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଅଭିଭାବକ ସମ୍ମିଳନୀ

ଡାବୁଗାଁ, ୨୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବଡଓଲମା ସରକାରୀ ଆଶ୍ରମ ବିଦ୍ୟାଳୟ -୧ ସଭାଗୃହରେ ରବିବାର ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉକ୍ତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଜଗଦୀଶ ମାଝି ଙ୍କ ସଭାପତିତ୍ଵରେ ଆଦର୍ଶ ଯୁବ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା, ଉପସଭାପତି ଉପେନ୍ଦ୍ର ବିଶୋୟୀ, ବରିଷ୍ଠ ଶିକ୍ଷକ ଅସୀତ୍ ପଣ୍ଡା, ସହକାରୀ ଶିକ୍ଷକ ଭୋଜରାଜ ମାଝି, ଜଗଦୀଶ ସାହୁ, କ୍ରିଡା ଶିକ୍ଷକ ଉମାକାନ୍ତ ବିଶ୍ଵାଳ, ଏଏନଏମ ଜୟନ୍ତୀ ପୂଜାରୀ ପ୍ରମୁଖ ମଞ୍ଚରେ ଉପବିଶନ କରିଥିବାବେଳେ ସମ୍ମୁଖରେ ୨୩୦ ରୁ ଊର୍ଦ୍ଧ୍ଵ ଅଭିଭାବକ ମା ଓ ବାପା ମାନେ ଉପସ୍ଥିତ ରହି ବିଦ୍ୟାଳୟ ର ଅସୁବିଧା, ସୁବିଧା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବିଦ୍ୟାଳୟ ଟି ୫ ଟି ଯୋଜନା ରେ ଆସନ୍ତା ବର୍ଷ ଅନ୍ତର୍ଭୁକ୍ତ ହେବ, ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ବିଦ୍ୟାଳୟ ଖୁଣ୍ଟି ମାନଙ୍କ ରେ ଚିତ୍ରିତ ବେଶ୍ ମନୋମୁଗ୍ଧକର, ବିଦ୍ୟାଳୟ ସାଜସଜ୍ଜା, ଫୁଲଗଛ ଧାଡିକି ଧାଡି ଦେଖି ଯେ କେହିଦେଖିଲେ ଖୁସି ହୋଇ ଉଠିବ । ଉକ୍ତ ବିଦ୍ୟାଳୟ ରେ ପାନୀୟ ଜଳ ସ୍ତର ବହୁ ଦୁରତ୍ଵ ରେ ଥିବାରୁ ଭାଲୁଗୁଡା ଠାରେ ବୋରୱେଲ ଖୋଳା ଯାଇ ପାନୀୟ ଜଳ ପାଇପ ଯୋଗେ ଅଣାଯାଇ ପାନୀୟ ଜଳ ସମସ୍ୟା ଦୁରୀଭୁତ କରାଯାଇଛି, ବିଦ୍ୟୁତ ବିଭ୍ରାଟ ସମସ୍ୟା ର ସମାଧାନ ହୋଇଛି, ବାଳିକା ବାଳକ ମାନଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ, ସଂମ୍ପୃକ୍ତ ଛାତ୍ରୀ ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ କିପରି ଅଗ୍ରଗତି କରିପାରିବେ, ବୃତ୍ତିଗତ ଶିକ୍ଷାର ବିକାଶ, ଅନୁସୂଚିତ ଜନଜାତି ଓ ଜାତି ସମ୍ପ୍ରଦାୟର ଛାତ୍ରୀଛାତ୍ର ମାନେ ସରକାରଙ୍କ ଠାରୁ ପାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା | ସେହିପରି ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୋରିପଦର ଆଶ୍ରମ ବିଦ୍ୟାଳୟ ଓ ବଡଓଲମା ଆଶ୍ରମ ବିଦ୍ୟାଳୟ-୨ ରେ ମଧ୍ୟ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

   
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

masiha

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

masiha

କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ଗୃହ ପାଇଁ ବିଧାୟକ ଙ୍କ ଦ୍ଵାରା ଭୂମି ପୂଜନ      

Leave a Comment

error: Content is protected !!