ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମେଦନାରେ ମା ଠାକୁରାଣୀ ଙ୍କ ନବଦିନ ଯାତ୍ରା ଶୁଭାରମ୍ଭ

ଡାବୁଗାଁ, ୨୬/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଠାକୁରାଣୀ ଙ୍କ କଳସୀଯାତ୍ରା ରବିବାର ଆରମ୍ଭ ହୋଇଯାଇଛି | ଡାବୁଗାଁ ବ୍ଲକ ର ମେଦନା ଗ୍ରାମ ପଞ୍ଚାୟତ ପରିସରରେ ପ୍ରତିବର୍ଷ ଗ୍ରାମବାସୀ ଙ୍କ ଦ୍ୱାରା ଗ୍ରାମଦେବୀ ମା ଠାକୁରାଣୀ ଙ୍କ ଘଣ୍ଟଯାତ୍ରା ଵା କଳସୀଯାତ୍ରା ଅନୁଷ୍ଠିତ ହୋଇଥାଏ | ଚୈତ୍ର ମାସ ଶୁକ୍ଲପକ୍ଷ ମା ଙ୍କର ଏହି ଯାତ୍ରା ଟି ପାଳିତ ହୋଇଥାଏ |ଗ୍ରାମବାସୀ ବଡ ଉତ୍ସାହର ସହ ମା ଙ୍କ ଏହି ଯାତ୍ରା କୁ ପାଳିଥାନ୍ତି | ନବ ଦିନାତ୍ମକ ଏହି ଯାତ୍ରା ରେ ଗ୍ରାମର ସମସ୍ତ ଦେବଦେବୀ, ଗ୍ରାମବାସୀଙ୍କ ଦ୍ୱାରା ପୂଜିତ ହୋଇଥାନ୍ତି | ଗ୍ରାମର ପୂଜାରୀ, ଦିଶାରୀ, ଗାଣ୍ଡା, ଗାଉଟିଆ, ଚାଲାଣ ଏବଂ ସମସ୍ତ ଗ୍ରାମବାସୀ ମା ଙ୍କ ଏହି ଯାତ୍ରା ରେ ସାମିଲ ହୋଇଥାନ୍ତି |ମା ନଅଦିନ ଘରକୁ ଘର ବୁଲି ଭକ୍ତ ଙ୍କ ଦ୍ୱାରା ପୂଜାପାଆନ୍ତି ଏବଂ ହାରୀଗୁହାରୀ ଶୁଣିଥାନ୍ତି |ଗ୍ରାମ ର ମନ୍ଦିର ପରିଚାଳନା କମିଟି ବେଶ ନିଷ୍ଠାର ସହ ଶାନ୍ତିଶୃଙ୍ଖଳା ରେ ମା ଙ୍କ କଳସୀ ଯାତ୍ରା କୁ ନଅ ଦିନ ଯାଏ ପରିଚାଳନା କରିଥାନ୍ତି | ଚଳିତ ବର୍ଷ ପରିଚାଳନା କମିଟି ର ସଦସ୍ୟ ମାନଙ୍କ ମଧ୍ୟରେ ଗ୍ରାମ ର ବଂଶିଧର ମାଝୀ, ହିରଣ୍ୟ ମାଝୀ,ପୁସ୍ତମ ମାଝୀ, ଜଗନ୍ନାଥ ମେହେର,ଶଶି ମାଝୀ, ପର୍ଶୁ କଲାର, ସଦା ଗୌଡ଼, ତୁଳାରାମ ଗୌଡ଼ ,ସୁକଟା କମାର, ଆଦାୟ କମିଟି ସଭାପତି ମଧୁ କଲାର ଓ ସମ୍ପାଦକ କମଳଲୋଚନ ମାଝୀ, କୋଷାଦକ୍ଷ ମଣ୍ଟୁ ମାଝୀ ଦାୟିତ୍ୱ ରେ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଦିକାନ୍ତ ମାଝୀ, କୁନା, ନୀଳକଣ୍ଠ, ଭକ୍ତ, ଭଗବାନ, ଜୁଦେଷ୍ଠୀ, ବିକାଶ, ହିରେନ୍ଦ୍ର, ବେଦ, ପପୁ, ସୁଶାନ୍ତ, ହରିବନ୍ଧୁ, ସୁବାସ, ଜଗଦିଶ ପ୍ରମୁଖ ଦାୟିତ୍ୱ ରେ ରହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେରେସିଂହା ର ମାଁ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ

Sunil Chandra Nayak

Leave a Comment

error: Content is protected !!