ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁ ବ୍ଲକରେ ପଞ୍ଚାୟତ ସ୍ତରୀୟ ବିଜେଡ଼ି ଯୁବ ଛାତ୍ର ସଭାପତି ମାନଙ୍କ ପ୍ରଥମ ବୈଠକ

ବନ୍ଧୁଗାଁ ତା ୨୬/୩/୨୩,ଆଜି କୋରାପୁଟ ଜିଲ୍ଲା ବିଜେଡ଼ି ଯୁବ ଛାତ୍ର ସଂଯୋଜକ ପିଣ୍ଟୁ ସାହୁ ଙ୍କ ଉପସ୍ଥିତିରେ ନୂତନ ଭାବେ ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ଯୁବଛାତ୍ର ସଭାପତି ମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବଛାତ୍ର ସଭାପତି କାହୁଁ ଚରଣ ବେବରା ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ନୂତନ ଭାବେ ନିଜ ନିଜ ପଞ୍ଚାୟତ ଗୁଡିକରେ ଯୁବ ସଭାପତି ଦାୟିତ୍ଵ ନେବା ପରେ ପ୍ରଥମ କରି ବ୍ଲକ ସଭାପତି ବାଲା ନାଗ, ଉତ୍ତମ ନାୟକ, ଯୁବ ଗଣମାଧ୍ୟମ ପ୍ରତିନିଧି ସଞ୍ଜୀବ କୁମାର ବାଙ୍ଗାରି ଓ ମିନା ବେବରା ଙ୍କ ଉପସ୍ଥିତିରେ ଉପସ୍ଥିତ ଥିବା ଯୁବ ଛାତ୍ର ସଭାପତି ମାନେ ନିଜ ପରିଚୟ ପ୍ରଦାନ କରିଥଲେ । ଏହିପରି ବନ୍ଧୁଗାଁ ବ୍ଲକର ତେରଗୋଟି ପଞ୍ଚାୟତର ବିଜୁ ଯୁବ ସଭାପତି ଗଣ ହେଲେ, କାନୁ ଚରଣ ବେବରା ଯୁବ ସଭାପତି, ଉପସଭାପତି -ଗଣେଷ ଋଷିଙ୍ଗ ଓ ରବିନ୍ଦ୍ର ବାରିଆ,ସମ୍ଫାଦକ-ଗାଣ୍ଟା ସାରାଗା,ରାମେୟା ପୀଡ଼ିକା,ବନ୍ଧୁଗାଁ ପଞ୍ଚାୟତର -ବିଡ଼ିକା ପ୍ରକାଶ, ବଡ଼ ସରପୋଲୀ-ପାଣ୍ଡୁ ପୀଡ଼ିକା, କାନାଗାଁ -ଗଣେଷ ଋଷିଙ୍ଗ,ନିଲାବାଡିର-ଜିଆନା ମେଲେକା, କାବେରୀ ବାଡ଼ି- ଲିଙ୍ଗାପୀଡ଼ିକା,କୁମ୍ଭଗାଣ୍ଡା-ବସନ୍ତମେଲେକା,କାପଲଡା-ପ୍ରବୀଣ ସାହୁକାର,ଜାଗୁଗୁଡା-ମାନା କୁଲେସିକା, ଆଲମଣ୍ଡା-ଗାଣ୍ଟା ସୁରି,ପେଦାଅଲଡ଼ା-ପେଣ୍ଟା ଜାନି, ଗାରିଡି-ପିଙ୍ଗୁ ମିନିୟାକା,କୁଟ୍ରାବେଡା-ପ୍ରହ୍ଲାଦ ହିକକା,କୁମ୍ଭାରୀ ପୁଟ-ସୁବାରାଓ ମେଲେକା,ଅତି ଶୀଘ୍ର ପଞ୍ଚାୟତ ଯୁବ ଛାତ୍ର ସଭାପତି ମାନେ ନିଜ ପଞ୍ଚାୟତର ପ୍ରତି ୱାର୍ଡ ସ୍ତରରୁ ୱାର୍ଡ ସଭାପତି ଚିହ୍ନଟ କରିବା ପାଇଁ ଜିଲ୍ଲା ଯୁବ ଛାତ୍ର ସଂଯୋଜକ ଅନୁରୋଧ କରିଥିଲେ ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଭାରତର ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

masiha

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିବିହ୍ନ ଗ୍ରାମ ରେ ସ୍ବାଧୀନ ପ୍ରାର୍ଥୀନି ସୁପ୍ରଭା ମଲ୍ଲିକ ଙ୍କ ନିର୍ବାଚନ ପ୍ରଚାର ଅନୁଷ୍ଠିତ

masiha

Leave a Comment

error: Content is protected !!