ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପାଳଙ୍କ ଜନଶୁଣାଣି ଶିବିର

ପାପଡାହାଣ୍ଡି,27/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର, ଉପଜିଲ୍ଲାପାଳ ପ୍ରଶାନ୍ତ ସାହୁ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅନ୍ୟା ଦାଶ,ବ୍ଲକ ଅଧକ୍ଷା ହେମଲତା ମାଝୀ,ବ୍ଳକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବିଡ଼ିଓ ଦିବାକର ବାଗ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣୀ କରିଥିଲେ।ବ୍ଲକର 23 ଗୋଟି ପଂଚାୟତର ବିଭିନ୍ନ ଅଞ୍ଚଳ ରୁ ଲୋକମାନେ ଆସି ନିଜ ନିଜର ଅଭିଯୋଗ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ | ସର୍ବମୋଟ 34ଟି ଶୁଣାଣୀ ମଧ୍ୟରୁ ବ୍ୟକ୍ତିଗତ 25 ଏବଂ ଦଳଗତ 09ଟିର ଅଭିଯୋଗ ଶୁଣାଣୀ କରାଯାଇଥିଲା। ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇ ସାଇକେଲ 01ଟି ଏବଂ 23 ଜଣଙ୍କୁ ପେନସନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ | ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା ସମେତ ଆଶ୍ରମ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା

Sunil Chandra Nayak

ବେଦାନ୍ତ ଲିମିଟେଡ ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବିଜାତଳା ରେ ଆୟୁଷ୍ମାନ କାର୍ଡ ଲାଗୁ 

masiha

Leave a Comment

error: Content is protected !!