ପାପଡାହାଣ୍ଡି,27/3,ମନିସ — ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଓ ଡାବୁଗାଁ ବିଧାୟକ ମନହୋର ରନ୍ଧାରି ସୋମବାର ପାପଡାହାଣ୍ଡି ବ୍ଲକ ଗସ୍ତ କରିଥିଲେ | ଏହି ସମୟରେ ଉଭୟ ସ୍ଥାନୀୟ ଦଳେଇଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ 5T କାର୍ଯ୍ୟ ତଦାରଖ କରିବା ସହ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ବସି ମଧ୍ୟାନ ଭୋଜନ କରିଥିଲେ | ବାଳିକା ମାନଙ୍କ ସହ ପାଠ ପଢା ବିଷୟରେ ଆଲୋଚନା କରିଥିଲେ | ବିଦ୍ୟାଳୟରେ ଚାଲିଥିବା 5T କାର୍ଯ୍ୟ ବୁଲି ଦେଖିଥିଲେ | ଖାଇ ସାରିବା ପରେ ଛାତ୍ରୀ ମାନଙ୍କ ସହ ସେମାନଙ୍କ ଖାଦ୍ୟ ପେୟ କିପରି ପାଉଥିବା ଉଭୟ ପଚାରି ବୁଝିଥିଲେ | ଛାତ୍ରୀ ମାନେ ମଧ୍ୟ ବିଧାୟକ ଓ ଉପଜିଲ୍ଲାପାଳ ଙ୍କ ସହ ଭୋଜନ କରି ଖୁସିବ୍ୟକ୍ତ କରିଥିଲେ | ଏହି ସମୟରେ PA ITDA ରାଯିବ କୁମାର ସାହୁ , ADWO ସାଲୁ କୁମାର ଟୁଡୁ,ତହସିଲଦାର ଯୋଗେଶ୍ୱର ଭୋଇ,ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ପରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଦେଷ୍ନା ପ୍ରଧାନ ଓ ଶିକ୍ଷୟତ୍ରୀ ଶିକ୍ଷକ ଏଥିରେ ସହଯୋଗ କରିଥିଲେ |
previous post
next post