ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5ଟି ସ୍କୁଲ ପରିଦର୍ଶନ ସହ ଛାତ୍ରୀଙ୍କ ସହ ମଧ୍ୟାନ ଭୋଜନ କଲେ ଉପଜିଲାପାଳ ଏବଂ ବିଧାୟକ

ପାପଡାହାଣ୍ଡି,27/3,ମନିସ — ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଓ ଡାବୁଗାଁ ବିଧାୟକ ମନହୋର ରନ୍ଧାରି ସୋମବାର ପାପଡାହାଣ୍ଡି ବ୍ଲକ ଗସ୍ତ କରିଥିଲେ | ଏହି ସମୟରେ ଉଭୟ ସ୍ଥାନୀୟ ଦଳେଇଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ଯାଇ 5T କାର୍ଯ୍ୟ ତଦାରଖ କରିବା ସହ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ବସି ମଧ୍ୟାନ ଭୋଜନ କରିଥିଲେ | ବାଳିକା ମାନଙ୍କ ସହ ପାଠ ପଢା ବିଷୟରେ ଆଲୋଚନା କରିଥିଲେ | ବିଦ୍ୟାଳୟରେ ଚାଲିଥିବା 5T କାର୍ଯ୍ୟ ବୁଲି ଦେଖିଥିଲେ | ଖାଇ ସାରିବା ପରେ ଛାତ୍ରୀ ମାନଙ୍କ ସହ ସେମାନଙ୍କ ଖାଦ୍ୟ ପେୟ କିପରି ପାଉଥିବା ଉଭୟ ପଚାରି ବୁଝିଥିଲେ | ଛାତ୍ରୀ ମାନେ ମଧ୍ୟ ବିଧାୟକ ଓ ଉପଜିଲ୍ଲାପାଳ ଙ୍କ ସହ ଭୋଜନ କରି ଖୁସିବ୍ୟକ୍ତ କରିଥିଲେ | ଏହି ସମୟରେ PA ITDA ରାଯିବ କୁମାର ସାହୁ , ADWO ସାଲୁ କୁମାର ଟୁଡୁ,ତହସିଲଦାର ଯୋଗେଶ୍ୱର ଭୋଇ,ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ପରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଦେଷ୍ନା ପ୍ରଧାନ ଓ ଶିକ୍ଷୟତ୍ରୀ ଶିକ୍ଷକ ଏଥିରେ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ମାତୃ ଓ ଶିଶୁ ମୃତ୍ୟୁ ଶୂନ୍ୟ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ 

Sunil Chandra Nayak

ଆନ୍ତର୍ଜାତୀକ ମହିଳା ଦିବସ ପାଳନ 

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏର ଆଦିବାସୀ ବିକାଶ ପ୍ରତି ଅଣଦେଖା ନେଇ ଭଂଜସେନାର ଦେଢ଼ ଘଣ୍ଟିଆ ଧାରଣା

Leave a Comment

error: Content is protected !!