ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

 ମ,ରାମପୁର,୨୮/୩( ମାସୀହା): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟା ବନଛୋର ଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା )ଗ୍ରାମ ର କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଆଜି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ସବ୍ୟସାଚୀ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଆଇଆଇସି ସଚିନ୍ଦ୍ର ପଧାନ ଏବଂ ସମାଜ ସେବୀ ନୀଳମାଧଵ ସିଂହଦେଓ, ଅମିତ ଅଗ୍ରୱାଲ (ପପୁ), ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ତ କର୍ମକର୍ତା, ଜାତୀୟ ଯୁବ ସ୍ବେଛାସେବୀ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଂଘ ର ସଭ୍ୟ ସମାଜସେବୀ ତ୍ରିଲୋଚନ ସାହୁ, ରମେଶ ସାହୁ, ଦୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ସମାଜସେବୀ ଗୋପବନ୍ଧୁ ସାହୁ ଉପସ୍ଥିତ ରହି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ହେଉଥିବା ରୋଗୀ ମାନଙ୍କୁ ଖଦ୍ୟ (କଦଳୀ, ବ୍ରେଡ, ଅଙ୍ଗୁର, ଫଳରସ )ବଣ୍ଟନ କରିଥିଲେ l ଶେଷରେ ଶ୍ରୀ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲା l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା

Sunil Chandra Nayak

ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀ ଠାରେ ଓଡିଶା ଡ୍ରାଇଭର ମହା ସଂଘର ପ୍ରଥମ ଦିବସ ପାଳିତ 

masiha

Leave a Comment

error: Content is protected !!