ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ଅଭିଯୋଗ ପରେ, ପାଣୀ ନିଷ୍କାସନର ବାଟ ଫିଟିଲା

ବାଲିଆପାଳ-28/03(ମନିସ )ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ 28 ଗ୍ରାମ ପଞ୍ଚାୟତ ର ଲୋକଙ୍କ ଜୀବିକା ହେଉଛି ଧାନ, ପାନ ଓ ମୀନ l ବିଶେଷ କରି ଦକ୍ଷିଣ ବାଲିଆପାଳ ରେ ପାନ ଲୋକଙ୍କ ମୁଖ୍ୟ ଜୀବିକା ରହିଥିବା ବେଳେ ଉତ୍ତର ବାଲିଆପାଳ ର ଧାନ ଚାଷ ହେଉଛି ମୁଖ୍ୟ ଜୀବିକା l ସାଉଡି, କୁଣ୍ଡୁଳି, ବଣିଆଡିହା, ବାଲିକୁଟି, ବଳରାମପୁର, ଦେଉଳା, ମଧୁପୁରା ଆଦି ଗ୍ରାମ ପଞ୍ଚାୟତ ବାସୀଙ୍କ ଦୁଃଖ ହେଉଛି ପାଣୀ ନିଷ୍କାସନ l କୋଷ୍ଟ କେନାଲ କୁ ଚାଷ ଜମିରୁ ପାଣୀ ନିଷ୍କାସନ ପାଇଁ ମଧୁପୁରା ପୋଲ ପାଖରେ ଏକ ସତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା, ସେହି ରାସ୍ତାଟିକୁ ଜଣେ ଜୈନିକ ବ୍ୟକ୍ତି ମାଟି ପକାଇ ଜଳ ନିଷ୍କାସନ ର ବାଟ ବନ୍ଦ କରିବା ସହିତ ଅବରୋଧ କରି ରଖିଥିଲା l ଏ ବାବଦରେ କିଛି ଚାଷୀ ଭାଇ ଓ ଦେଉଳା ଏବଂ ମଧୁପୁରା ସରପଞ୍ଚ ବ୍ଲକ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ପରେ ଆଜି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଙ୍କ ତତ୍ୱାବଧାନ ରେ ମଧୁପୁରା ଓ ବାଲିଆପାଳ ଆର ଆଈ ଙ୍କ ମିଳିତ ଉପସ୍ଥିତିରେ ଉକ୍ତ କୋଷ୍ଟ କେନାଲ କୁ ଜେସିବି ମାଧ୍ୟମରେ ପୁନରାବୃତ୍ତି କରି ଚାଷୀମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି l ଅଭିଯୋଗ କାରି ମଧୁପୁରା ସରପଞ୍ଚ ଙ୍କ ପ୍ରତିନିଧି, ବ୍ଲକ ସଦସ୍ୟ ଓ ଦେଉଳା ସରପଞ୍ଚ ଉଛେଦ ସମୟରେ ଉପସ୍ଥିତ ଥିଲେ l ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଙ୍କ ଏଭଳି ଗରୁତ୍ବପୁର୍ଣ କାମ ତୁରନ୍ତ ପଦକ୍ଷେପ ପାଇଁ ଚାଷୀମାନଙ୍କ ପାଖରୁ ପ୍ରସଂସାର ସୁଅ ଛୁଟିଛି l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ସପ୍ତାହ ପାଳନ

Sunil Chandra Nayak

ରାଜନ ପଣସଗୁଡାରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭାରମ୍ଭ – ଗ୍ରାମ ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପଦକ୍ଷେପ

Sunil Chandra Nayak

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

masiha

Leave a Comment

error: Content is protected !!