ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୁଚେଇପାଳ ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ,ଥାନାରେ ଶାନ୍ତିକରଣ ବୈଠକ 

 ମୟୂରଭଞ୍ଜ:୨୮/୦୩/ (ମସିହା) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ହେଁସଡ଼ା ଗ୍ରାମପଞ୍ଚାୟତ କୁଚେଇପାଳ ଗାଁ ରେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଗତ ୨୭/୩ ରେ ଗଣ୍ଡଗୋଳ ବିବାଦ ଓ କିଛି ଜିନିଷ ଭଙ୍ଗାରୁଜା କରିବା ଘଟଣା ପ୍ରଚାର ହେବା ପରେ ରାଇରଙ୍ଗପୁର,ଜାମଦା,ବହଳଦା ପୋଲିସ୍ ଆସି ଗାଁ ରେ ଶାନ୍ତି ବଜାଇ ରଖିବା ସହ ଆଜି ଜାମଦା ଥାନାରେ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ଧର୍ମର ଜନସାଧାରଣଙ୍କୁ ନେଇ ଜାମଦା ଥାନା ବଡ଼ ହଲ୍ ରେ ରାଇରଙ୍ଗପୁର ଏସ୍ଡ଼ିପିଓ ,ଜାମଦା ଥାନାଧିକାରୀ,ଜାମଦା ତହସିଲଦାର ,ଜାମଦା ୧୭ ନମ୍ବର ଜିଲ୍ଲା ପରିଷଦ,ହେଁସଡ଼ା ସରପଞ୍ଚ ଓ ପିଏସ୍ ମେମ୍ବର,ନାଏବ୍ ସରପଞ୍ଚ,ତାଳଗାଁ ସରପଞ୍ଚ ଓ ପିଏସ୍ ମେମ୍ବର,ବିଜୁ ଗୋପାଲ ଗୋପ୍, ହୋ ସମାଜସେବୀ ମୋଟକା ବିରୁଆ,ସାମନ୍ତ ଭାଇ,ସମାଜସେବୀ ପ୍ରଶ୍ନ କୁମାର ଶତପଥୀ,ରେଁସ ଭାଇଙ୍କ ଉପସ୍ଥିତିରେ ଶାନ୍ତିକରଣ ବୈଠକ ଅନୁଷ୍ଠିତ ହୋଇଥିଲା |ଏସଡିପିଓଙ୍କ ଅଧ୍ୟକ୍ଷତାରେ ଶାନ୍ତିକରଣ ବୈଠକରେ ଦୁଇ ଧର୍ମର ଜନସାଧାରଣ ନିଜ ନିଜର ଭୁଲକୁ ସ୍ବୀକାର କରିବା ସହ ପୁନଃ କୁଚେଇପାଳ ଗାଁ ରେ ଶାନ୍ତି ବଜାଇ ରଖିବାକୁ ନିଶ୍ଚିତ ମଣିଥିବା କୁଚେଇପାଳ ଗାଁ ର ରେଁସ ବିରୁଆ କହିଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ, କୋଦାଳ ବୁଲାଇ ରାସ୍ତା ରୋକ କଲେ

Sunil Chandra Nayak

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ ।

Sunil Chandra Nayak

ଦେଶୀ ଓ ବିଦେଶୀ ମଦ ସହିତ ସ୍କୁଟି ଜବତ, ୦୨ ଗିରଫ 

masiha

Leave a Comment

error: Content is protected !!