ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦାଦନ ଶ୍ରମିକକୁ ବନ୍ଧକ ଘଟଣା.- ସର୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, କେବେ ଗିରଫ କରିବ ପାଟଣାଗଡ଼ ପୁଲିସ , ଘଟଣା ପରେ ଫେରାର ଦାଦନ ସର୍ଦାର 

ଦାଦନ ଶ୍ରମିକକୁ ବନ୍ଧକ ଘଟଣା.- ସର୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, କେବେ ଗିରଫ କରିବ ପାଟଣାଗଡ଼ ପୁଲିସ , ଘଟଣା ପରେ ଫେରାର ଦାଦନ ସର୍ଦାର 

ପାଟଣାଗଡ଼ // ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଖଲିଆ ଗାଁର ଦାଦନ ଶ୍ରମିକ ପରିବାର କୁ ସର୍ଦାର ବନ୍ଧକ ରଖି ଟଙ୍କା ଅସୁଲ କରିବା ଘଟଣା ରେ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି ସମ୍ପୃକ୍ତ ଦାଦନ ସର୍ଦାର ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି |ତେବେ ଦାଦନ ସର୍ଦାର ଜଣକ କେବେ ଗିରଫ ହେବ ତାକୁ ନେଇ ଅପେକ୍ଷା, ଅନ୍ୟପଟେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ମଧ୍ୟ୍ୟ ନିଦାବିଷ୍ଣୁ ସାଜିଛି ପାଟଣାଗଡ଼ ପୁଲିସ |ମୁଖ୍ୟ ଅଭିଯୁକ୍ତ କୁହାଯାଉଥୁବା ସର୍ଦାର କୁ ଗିରଫ କରିବା ବଦଳରେ ତାକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି |ଯାହାକୁ ନେଇ ଅଂଚଳ ରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଲୋକ ଙ୍କ ମନରେ ସ୍ଥାନୀୟ ପୁଲିସ ପ୍ରତି ଭରଷା ତୁଟିବାରେ ଲାଗୁଛି |

ସର୍ଦାର ସମସ୍ତ ଙ୍କୁ ହାତଗୁଂଜା ଦେଇ ମୁହଁ ବନ୍ଦ କରିଦେଇ ଥିବା ମଧ୍ୟ୍ୟ ଚର୍ଚ୍ଚା ହେଉଛି |ଏମିତି ରେ ନିରୀହ ପରିବାର ଆଉ କାହାକୁ ଗୁହାରି କରିବେ |ମିଳିଥିବା ସୂଚନା ଅନୁସାରେ ଗତ 11/12/23 ତାରିଖ ଦିନ ବେଲପଡା ଥାନା ଡୁଙ୍ଗରିଗୁଡା ଗାଁର ଦାଦନ ସର୍ଦାର ଶିବ ସା ଠାରୁ 70 ହଜାର ଟଙ୍କା ବଇନା ନେଇ ତେଲେଙ୍ଗାନା ର ପଇଦାପଲ୍ଲୀ ଅଂଚଳ କୁ ବେଆଇନ ଭାବେ ପାଟଣାଗଡ଼ ଥାନା ଖଲିଆ ଗାଁର ଦାଦନ ଶ୍ରମିକ ସୁଦର୍ଶନ ଓ ତାଙ୍କ ପରିବାର ଇଟା ଭାଟି ରେ କାମ କରିବା କୁ ନେଇଥିଲା |ସାଙ୍ଗରେ ସ୍ତ୍ରୀ ସବିତା ଏବଂ ନିଜ ବୁଢ଼ୀ ମା କୁ ବି ଯାଇଥିଲେ |ଘରୁ ଇଟା ବୋହିବା କହି ସେଠାକୁ ଗଲା କୁ ଗରମ ଇଟା କୁ କାଢ଼ିବାକୁ କହିଥିଲା ସର୍ଦାର |ଅତ୍ୟଧିକ ଗରମ ଯୋଗୁ ସୁଦର୍ଶନ ର ଅତ୍ୟାଧିକ ସ୍ଥାନ ପୋଡି ଯାଇଛି |

ଗତ 2 ମାସ ଧରି ଏମିତି କାମ କରିବା ପରେ ଏହାକୁ ପ୍ରତିବାଦ କରିଥିଲେ ସ୍ୱାମୀ ସ୍ତ୍ରୀ |ଯାହାକୁ ନେଇ ପରିବାର ସମସ୍ତ ଙ୍କୁ ଏକ କଠୋରି ଭରିଦେଇ ସ୍ୱାମୀ କୁ ମାଡ଼ ମାରିବା ସହ ସ୍ତ୍ରୀ କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ ଇଟାଭାଟି ମାଲିକ ଏବଂ ତାଙ୍କ ଲୋକ |ପରେ ନେଇଥିବା ବଇନା ଟଙ୍କା ଠାରୁ ଢେର ଗୁଣା ଟଙ୍କା ଫେରସ୍ତ କରିବା ପରେ ଛାଡିବା କହିବାରୁ |ଗାଁରେ ଥିବା ନିଜ ଭାଇ ମାନଙ୍କୁ ଫୋନ କରି କହିବା ରୁ ପାଖରେ ଥିବା ଜମି, ଗାଡି କୁ କୁ ବିକ୍ରି କରି ଟଙ୍କା ଯୋଗାଡ଼ କରିଥିଲେ ପରିବାର |ପରେ ଶିବ ପାଖକୁ ଗାଁର ୱାର୍ଡ ମେମ୍ବର ସହ କିଛି ଭଦ୍ରବ୍ୟକ୍ତି ଟଙ୍କା ନେଇ ଗୁହାରି କରିବା ପରେ ଗତ 14 ତାରିଖ ରେ ପରିବାର ଲୋକ ଗାଁ କୁ ଛାଡି ଦେଇଥିଲା |କିନ୍ତୁ 70 ହଜାର ଟଙ୍କା ସ୍ଥାନ ରେ 90 ହଜାର ଟଙ୍କା ନେଇଥିଲା ଶିବ |ଏମିତି କି ଦୁଇ ମାସ ଧରି କାମ କରିବା ର ପାରିଶ୍ରମିକ ବି ଦେଇନଥିଲା |ଶ୍ରମିକ ପରିବାର ଭୟରେ ଗାଁ କୁ ଚାଲି ଆସିଥିବା ବେଲେ ଅସୁସ୍ଥ ଥିବା ସ୍ୱାମୀ କୁ ଚିକିତ୍ସା କରୁଛନ୍ତି ସ୍ତ୍ରୀ |ଘରେ ଥିବା ସବୁତକ ଟଙ୍କା ଦାଦନ ସର୍ଦାର କୁ ଦେଇ ଦେଇଥିବାରୁ ଏବେ କେମିତି ଚଲିବେ ତାକୁ ନେଇ ଚିନ୍ତା ରେ |ଏବଂ ଏନେଇ କାହାକୁ କିମ୍ବା ପୁଲିସ ଠାରେ ଅଭିଯୋଗ କଲେ ସମସ୍ତ ଙ୍କୁ ଜୀବନ ରେ ମାରି ଦେବାକୁ ଧମକ ଦେଇଛି ଦାଦନ ସର୍ଦାର |ଯାହାକୁ ନେଇ ପରିବାର ସମସ୍ତେ ଭୟବିତ ଅଛନ୍ତି |ଏନେଇ ଆମେ ଖବର ପ୍ରକାଶିତ ପରେ ଭୟ ରେ ପରିବାର ଲୋକ ଙ୍କୁ 40 ହଜାର ଟଙ୍କା ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି |କିନ୍ତୁ ପୁଲିସ କି କାହା ଆଗରେ କିଛି ନକହିବା କୁ ମଧ୍ୟ୍ୟ ସମ୍ପୃକ୍ତ ଦାଦନ ସର୍ଦାର ଧମକ ଚକମ ଦେଇଥିବା ସୁଦର୍ଶନ କହିଛନ୍ତି |ଯାହାକୁ ନେଇ ପରିବାର ଲୋକ ଭୟବିତ ଥିବାବେଳେ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ନ୍ୟାୟ ଦେବାକୁ ଦାବି ହେଉଛି |

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ତିନି ଶିକାରୀ ସହ ଦେଶୀ ବନ୍ଧୁକ ଜବତ

Sunil Chandra Nayak

ଗଞ୍ଜେଇ ସହ ଗାଡି, ମୋବାଇଲ ଜବତ : ଜଣେ ଗିରଫ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା   

Sunil Chandra Nayak

Leave a Comment

error: Content is protected !!