ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ :-ଓଡିଶା ପ୍ରଗତିର ସାରଥୀ ମିଶନଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ପୂର୍ବରୁ କରିଥିବା ଋଣ ବାବଦକୁ ସୁଧ ଫେରସ୍ତ କରିବା ପାଇଁ ଆଜି ଭୁବନେଶ୍ୱର ଠାରେ ଆୟୋଜିତ ମିଶନଶକ୍ତି ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ର ମହାସମ୍ମିଳନୀ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ,ବି ଡି ଓ ଶୁଭ୍ରାଂଶୁ ସାହୁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା ଓ ଓଉପଡା ସମିତିସଭ୍ୟା ମମତାମୟୀ ଜେନା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ବି ପି ଏମ ସସ୍ମିତା ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ୧୨୫୩ ମହିଳା ଏସ ଏସ ଜି ଗ୍ରୁପଙ୍କୁ ୭କୋଟି ୪୯ଲକ୍ଷ ୪ହଜାର ୭୨୦ଟଙ୍କା ସୁଧ ଫେରସ୍ତ ଚେକ ପ୍ରଦାନ କରିଥିଲେ। ମିଶନଶକ୍ତି ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ ଧନ୍ୟବାଦ ଦେଇଥିଲେ । ଏଥିରେ ବ୍ଲକର ସହସ୍ରାଧିକ ମହିଳା ଏସ ଏସ ଜି ସଦସ୍ୟା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମିଶନଶକ୍ତି ମହାସଂଘ ସମ୍ପାଦିକା ନିର୍ମଳା ନନ୍ଦ,ପ୍ରମିଳା ଜେନା ଓ ଅଭିଲିପ୍ସା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ନୂଆପଡ଼ାରେ ପର୍ଯ୍ୟଟନ ବିକାଶ ନେଇ ବୈଠକ; ଜିଲ୍ଲାକୁ ‘ଟୁରିଜମ୍ ହବ୍’ ଭାବେ ଗଢ଼ିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ ପର୍ଯ୍ୟଟନ ସମ୍ଭାବନାର ପ୍ରଚାର-ପ୍ରସାର ସହ ନିବେଶ ଓ ସହଭାଗିତା ଉପରେ ଗୁରୁତ୍ୱ

Sunil Chandra Nayak

ରାଇଘର ଲ୍ୟାମ୍ପ ଏମଡି ନିରାକାର ରାଉତ ନିଲମ୍ବିତ  ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନପାଇବା ଘଟଣା

masiha

Leave a Comment

error: Content is protected !!