ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ :-ଓଡିଶା ପ୍ରଗତିର ସାରଥୀ ମିଶନଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ପୂର୍ବରୁ କରିଥିବା ଋଣ ବାବଦକୁ ସୁଧ ଫେରସ୍ତ କରିବା ପାଇଁ ଆଜି ଭୁବନେଶ୍ୱର ଠାରେ ଆୟୋଜିତ ମିଶନଶକ୍ତି ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ର ମହାସମ୍ମିଳନୀ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ,ବି ଡି ଓ ଶୁଭ୍ରାଂଶୁ ସାହୁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା ଓ ଓଉପଡା ସମିତିସଭ୍ୟା ମମତାମୟୀ ଜେନା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ବି ପି ଏମ ସସ୍ମିତା ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ୧୨୫୩ ମହିଳା ଏସ ଏସ ଜି ଗ୍ରୁପଙ୍କୁ ୭କୋଟି ୪୯ଲକ୍ଷ ୪ହଜାର ୭୨୦ଟଙ୍କା ସୁଧ ଫେରସ୍ତ ଚେକ ପ୍ରଦାନ କରିଥିଲେ। ମିଶନଶକ୍ତି ମହାସଂଘ ସଭାନେତ୍ରୀ ସୁପ୍ରଭା ଦାସ ଧନ୍ୟବାଦ ଦେଇଥିଲେ । ଏଥିରେ ବ୍ଲକର ସହସ୍ରାଧିକ ମହିଳା ଏସ ଏସ ଜି ସଦସ୍ୟା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମିଶନଶକ୍ତି ମହାସଂଘ ସମ୍ପାଦିକା ନିର୍ମଳା ନନ୍ଦ,ପ୍ରମିଳା ଜେନା ଓ ଅଭିଲିପ୍ସା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ପାଇଁ ବାଟୋଇ ହାହାକାର, ଜଳଛତ୍ର କେବଳ ନାମକୁ ମାତ୍ର 

Sunil Chandra Nayak

ଶୀତ ଦିନେ ବି ମହାଳିଙ୍ଗ ଗ୍ରାମରେ ପିଇବା ପାଣି ସମସ୍ୟା

Sunil Chandra Nayak

ସରୁନି ଦାଦନ ଦୁଃଖ, ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ଗାଁକୁ ଫେରିଲା ମୃତକଙ୍କ ଶବ

Sunil Chandra Nayak

Leave a Comment

error: Content is protected !!