ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମ.ରାମପୁର,୨୮/୦୨(ମସୀହା)- କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଆଦିକନ୍ଧ ସମାଜ ତରଫରୁ ଆଜି ଗୌଡ଼କେଲାଠାରେ ୫୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ଧନସିଂ ମାଝୀ, ପାଟମାଝି ଯୁଜେଷ୍ଟି ମାଝୀ, ଉର୍ଲାଦାନୀ ପଂଚାୟତ ସଭାପତି ସୁଦର୍ଶନ ମାଝୀ, ନୁନପୁର ପଂଚାୟତ ସଭାପତି ବିପ୍ର ମାଝୀ, ମ.ରାମପୁର ପୂର୍ବତନ ସଭାପତି କୁନୁଚରଣ ମାଝୀ, ଗୌଡ଼କେଲା ଜାନୀ ଧନୁର୍ଯ୍ୟ ମାଝୀ, କଳାହାଣ୍ଡି ଯୁବ ସଂଗଠନ ସଭାପତି ଗଜପତି ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ମ.ରାମପୁର ପଂଚାୟତ ସଭାପତି କ୍ଷେତ୍ରୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାନୀ ଶଶୀ ମାଝୀ ଅତିଥି ପରିଚୟ ପ୍ରଦାନ, ମ. ରାମପୁର ସଭାପତି ଦାଶରଥୀ ମାଝୀ ବାର୍ଷିକ ବିବରଣୀ ପାଠ ଓ ମ. ରାମପୁର ଯୁବ ସଂଗଠନ ସଭାପତି ବୈକୁଣ୍ଠ ମାଝୀ ସଭା ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ପଂଚାୟତରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟl

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ବଚ୍ଛତା ଶପଥ କାର୍ଯ୍ୟକ୍ରମ

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବନ୍ଧୁଗାଁରେ ଭାରତ ବନ୍ଦର ପ୍ରଭାବ 

masiha

Leave a Comment

error: Content is protected !!