ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଜୋରିମାନା

କନ୍ଧମାଳ,29/03/23(ମନିସ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ବିଚାରପତି । ୧୨ଜଣ ସାକ୍ଷୀ ବୟାନ ଆଧାରକୁ ଵିଚାର କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ ଆଉ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ସେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ । ସୂଚନାଥାଉକି, ପୀଡ଼ିତାର ପିତା ମାତା ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଫୁଲବାଣୀ ଡାକ୍ତରଖାନା ଯାଇଥିବାବେଳେ ପୀଡିତା ଘରେ ଏକୁଟିଆ ଥିବାର ସୁଯୋଗରେ ଅପରାହ୍ନରେ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ପୀଡିତା ଚିତ୍କାର କରିଵାରୁ ତା’ର ସାଙ୍ଗ ଦୌଡି ଆସିଥିଲା । ଯେଉଁଥିପାଇଁ ଦୌଡି ପଳାଇ ଥିଲା ଅଭିଯୁକ୍ତ । ପରେ ଏ ସ°କ୍ରାନ୍ତରେ ପୀଡିତା ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାଧିକାରୀ ଥାନା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ ।

କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ପତ୍ନୀଙ୍କୁ ଜାଳିଦେଲା ମଦ୍ୟପ ସ୍ୱାମୀ, ପୁଅକଲା ଥାନାରେ ଅଭିଯୋଗ :ଅଧାପୋଡା ମୃତଦେହ ଜବତକଲା ପୋଲିସ

ପାଣି ଟାଙ୍କି ନିର୍ମାଣରେ ରେ ବ୍ୟବହୃତ ଜେନେରେଟର ,କଟର ମେସିନ ଏବଂ ରଡ଼ ଚୋରୀ ମାମଲାରେ ୬ ଜଣଙ୍କୁ କୋର୍ଟ ଚାଲାଣ

masiha

କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ଶ୍ରୀପଲ୍ଲୀ ଛକ ନିକଟରେ ବାଘଛାଲ ବିକ୍ରି ଡିଲ ବେଳେ ମାଡିବସିଲା ଏସଟିଏଫ

Sunil Chandra Nayak

Leave a Comment

error: Content is protected !!