ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

ନର୍ଲା (ମପ୍ର) ପଞ୍ଚାୟତ ନିର୍ବାଚନର ଶେଷ ତଥା ତୃତୀୟ ଦିବସର ଭୋଟ ଗଣତି ପରେ ନର୍ଲା ୩ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ବିରୋଧି ଦଳକୁ ଚକମା ଦେଖାଇ ତିନି ଗୋଟି ଜୋନରେ ବିଜୟୀ ହୋଇଛି। ଏଥିରେ କଂଗ୍ରେସ ଜୋନ ୨ ଓ ୩ରେ ଦ୍ଵିତୀୟ ପ୍ରତିଦ୍ବନ୍ଦି ଭାବରେ ଛିଡ଼ା ହୋଇଥିବା ବେଳେ ବିଜେପି ଗଡ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି। ନର୍ଲା ଜିଲ୍ଲା ପରିଷଦ ଜୋନ ୧ରେ ବିଜେଡ଼ି ପ୍ରାର୍ଥୀନୀ ନମ୍ରତା ସାହୁ, ଜୋନ ନଂ ୨ରେ ବିଜେଡ଼ି ପ୍ରାର୍ଥୀ ହରିଶଙ୍କର ମାଝୀ ଓ ଜୋନ୍ ୩ରେ ବିଜେଡ଼ି ପ୍ରାର୍ଥୀନୀ ଲିଲି ଦୀପ ବିଜୟୀ ହୋଇ ବିଜେଡ଼ିର ଶଙ୍ଖନାଦ କରିଛନ୍ତି। ଜୋନ ୧ରେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ ଦ୍ଵିତୀୟ ସ୍ଥାନରେ ଓ କଂଗ୍ରେସ ପ୍ରାର୍ଥୀନୀ ଜ୍ୟୋତି ବେହେରା ତୃତୀୟ ସ୍ଥାନରେ ରହିଛନ୍ତି। ଜୋନ ୨ରେ କଂଗ୍ରେସର ରୋଶନ କୁମାର ମାଝୀ ଦ୍ଵିତୀୟ ଓ ବିଜେପିର ରିନା ଭୋଇ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ତୃତୀୟ ଦିବସର ଭୋଟ ଗଣତିରେ ଜୋନ ୩ର ବିଜେଡ଼ି ପ୍ରାର୍ଥୀନୀ ଲିଲି ଦୀପ ୧୦୦୩୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସର ସୁନୀତା ନାଏକ ୭୯୬୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ବିଜେପିର ପ୍ରଣତି ମହାନନ୍ଦ ୭୧୪୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ସଂପୂର୍ଣ୍ଣ ଫଳାଫଳ ଘୋଷଣା ପରେ ବିଜେଡି ନର୍ଲା ଜୋନର ସମସ୍ତ ଆସନ ଅକ୍ତିଆର କରି ବିଜୟୀ ମୁକୁଟ ପରିଧାନ କରିଛି। କଂଗ୍ରେସ ଅଣ୍ଟା ସଲଖି ଛିଡ଼ା ହେବାକୁ ସକ୍ଷମ ହେଉଥିବା ବେଳେ ବିଜେପିର ଗଡ଼ ଭୁଷୁଡି ଧରାଶାୟୀ ହୋଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ସାହୁ ଜିଲ୍ଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା 

Sunil Chandra Nayak

ଜଗଦାରେ ନିର୍ମାଣଧୀନ ଆପାର୍ଟମେଣ୍ଟର ପ୍ରବେଶ ପଥକୁ ନେଇ ବିରୋଧ

Sunil Chandra Nayak

ଚନ୍ଦ୍ରକଳାଦେବୀ ଙ୍କ କବିତା ଦର୍ପଣ

Sunil Chandra Nayak

Leave a Comment

error: Content is protected !!