ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା = ଅମୃତମୟ ଶୀର୍ଷକ = ରାମ …

ଅମୃତମୟ ଶୀର୍ଷକ

  ରାମ …

ରାଜା ଦଶରଥ ସୂତ କାନ୍ତି ଅନୁପମ
ରାତ୍ର ବିପରୀତ ଯୋଗରେ ଜନମ l
ରାଜର୍ଷି ଜନକପୁତ୍ରୀ ପୂର୍ଣ୍ଣମନୋସ୍କାମ 
ରାଜିତ କିରଣ ଛୁଏଁ ଅଯୋଧ୍ୟା ସୁଷମ l 
ରାଜକୀୟ ଠାଣି ମଣି ପ୍ରଜ୍ବଳିତ ହେମ 
ରାମା ଅହଲ୍ୟା ସ୍ପର୍ଶ ପଦରେ ପରମ l
ରାଢ଼ି ପାଦ ଧୋଇ ପତାକାରେ ନାମ
ରାକ୍ଷସ କୁଳର ହନ୍ତା କଳ୍ପି ବନେଗମ l
ରାଜନୀତି ଜନନ୍ୟାସ ବୁଝି ସାରମର୍ମ 
ରା ଅଗ୍ନି ବୀଜ ପାପ ଦୋଷ ଯମ l
ରାବଣା ଇତିମତି ଦେଖେ ଦିବ୍ୟବ୍ୟୋମ l
ରାଟ ପାଇଁ ସମ୍ରାଟ ଯୁଗେ ଅଭିରାମ
ରାଜିତ ହନୁ ସଂଗେ ଭାବ ଭକ୍ତି ପ୍ରେମ l 
ରାମସିଙ୍ଗା ଧ୍ଵନି ଶୁଭେ ରାମାନନ୍ଦୀ ଧାମ
ରାଜହସ୍ତୀ କରେ ସ୍ତୁତି କଳ୍ପଦୋଷ କ୍ଷମ l

ନାୟକ ଅକ୍ଷୟ ରାଜହସ୍ତୀ

         ଢେ଼ଙ୍କାନାଳ

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା // ପ୍ରିୟା ପାଇଁ ପଦେ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

Leave a Comment

error: Content is protected !!