ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ପି ଆଇ ଏମ୍ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ

ରାଉରକେଲା/ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ଏବଂ ରଘୁନାଥପାଲୀ ସାଂଗଠନିକ କମିଟି ପକ୍ଷରୁ ଆଜି ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୦ ତମ ବଳିଦାନ ଦିବସ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ସି ପି ଆଇ ଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପକ ଡଃ ପ୍ରଭାତ ମଲ୍ଲିକ, ଅନ୍ୟତମ ବକ୍ତା ଭାବେ ଅଧ୍ୟାପକ ଡଃ ନଗେନ୍ ଦାସ ପ୍ରମୁଖ ବକ୍ତବ୍ୟ ରଖି ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମା ରେ ଜନ୍ମଗ୍ରହଣ କରିଥିବା ଶହୀଦ ଲକ୍ଷ୍ମଣ ନାୟକ ଇଂଗ୍ରେଜ ସରକାର ଏବଂ ତତକାଳୀନ ରାଜା ରାଜୁଡା ମାନଙ୍କର ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ବେଠି,ଗୋତି,ଗଡମ ପ୍ରମୁଖ ଦ୍ବାରା ପ୍ରଜା ମାନଙ୍କୁ ଅମାନୁଷିକ ଓ ନିର୍ଦ୍ଦୟ ଶୋଷଣ ବିରୁଦ୍ଧରେ ସେ ସ୍ବର ଉତ୍ତୋଳନ କରିଥିଲେ। ସାଧାରଣ ଲୋକଙ୍କୁ ଗୋତି ବ୍ୟବସ୍ଥା ରୁ ମୁକ୍ତ କରିବା, ଆଦିବାସୀ ମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ସେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ତତ୍କାଳୀନ ରାଜାରାଜୁଡ଼ା ଓ ଇଂରେଜମାନଙ୍କ ମନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଆନ୍ଦୋଳନ ଭୟ ସୃଷ୍ଟି କରିଥିଲା। ଏକ ମିଥ୍ୟା ମକର୍ଦ୍ଦମା ରେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଗଲା ଏବଂ ତିନି ମାସ ମଧ୍ୟରେ ବ୍ରହ୍ମପୁର ଜେଲରେ ୧୯୪୩ ମସିହା ଏପ୍ରିଲ ୨୯ ପ୍ରତ୍ୟୁଷରେ ଆଜିର ଦିନରେ ତାଙ୍କୁ ଫାଶୀ ଦିଆଗଲା ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ। ଶହୀଦ ଲକ୍ଷ୍ମଣ ନାୟକଙ୍କ ଭଳି ଅନେକ କ୍ରାନ୍ତିକାରୀ ଅଛନ୍ତି ଯେଉଁମାନଙ୍କୁ ଭାରତ ବର୍ଷର ଇତିହାସରେ ସଠିକ୍ ଭାବେ ମୂଲ୍ୟାୟନ କରାଯାଇନାହିଁ। ବିଭିନ୍ନ ଜନଜାତିର ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଭଳି ଅନେକ କ୍ରାନ୍ତିକାରୀ ଅଛନ୍ତି ସେମାନଙ୍କୁ ଉଚିତ୍ ସମ୍ମାନ ମିଳିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଭ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଆଲୋଚନା ସଭା କୁ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଭ୍ୟ ବିଶ୍ଵଜିତ ମାଝୀ, ତାଜମୁନ୍ ନେହାର, ଭଗବାନ କୁଣ୍ଡୁ, ସୁରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ଏନ୍ ଏନ୍ ପାଣିଗ୍ରାହୀ, ବସନ୍ତ ପାଢ଼ୀ,ଜ୍ୟୋସ୍ନାମୟୀ ଧୂପାଳ, ବାସୁଦେବ ସାହୁ, ଏନ୍ କେ ରାଉତରାୟ, ପ୍ରସନ୍ନ ମହାପାତ୍ର, ବୁବୁନ ମାଇତି,ଜି କେ ନାୟକ, ପ୍ରଦୀପ ସେଠୀ, କୁଳମଣି ରାଉତ, ଜୟନ୍ତୀ ନାୟକ,ରଜତ ମୁଣ୍ଡା, ଗୋବିନ୍ଦ ବାରିକ୍, ସୁରେନ୍ଦ୍ର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚଳନ୍ତା ହାଇୱାରେ ଲାଗିଲା ହୁତୁହୂତୁ ନିଆଁ 

masiha

ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

masiha

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ  ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!