ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ର ସର୍ବାଙ୍ଗୀନ ବିକାଶ ମୋର ଲକ୍ଷ୍ୟ,ନଗରପାଳ

ଜୁନାଗଡ଼,୩୦/୩(ମ ନି ସ)  ଜୁନାଗଡ଼ ସହରର ସର୍ବାଙ୍ଗୀନ ବିକାଶ କରିବା ମୋର ଲକ୍ଷ୍ୟ ଏବଂ ଏଥିନେଇ ସବୁବେଳେ ଉଦ୍ୟମ ଜାରିରହିବ ବୋଲି ନଗରପାଳ ମୁକେଶ ଅଗ୍ରୱାଲ ତାଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ସ୍ଥାନୀୟ ଏନଏସି ପରିସରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନଗରପାଳ ଶ୍ରୀ ଅଗ୍ରୱାଲ ତାଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ନଗରବାସୀଙ୍କୁବିଭିନ୍ନ ବିକାସମୁଲକ କାର୍ଯ୍ୟର ବାର୍ତା ଦେବାସହ ବର୍ତ୍ତମାନ ସହରରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ।ସହରରେ ପ୍ରତି ୱାର୍ଡରେ ବର୍ଦ୍ଧିତ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ କାମ ସମାପ୍ତ ହୋଇଛି, ପରିମଳ ପାଇଁ ସବୁବେଳେ ସଫେଇ କର୍ମଚାରୀଙ୍କୁ ସଜାଗ ରଖାଯାଇଛି।ପ୍ରତେକ ୱାର୍ଡରେ ଗାଷ୍ଠୀକେନ୍ଦ୍ର, ପାର୍କ, ଓପନ ଯିମ, ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଛି ,ରାସ୍ତାଘାଟରେ ଉନ୍ନତି ସହ ଡ୍ରେନ ମରାମତି କରାଯାଇଛି।ସହରର ଫତେନଗର ଓ ହିଂଜିଲିବାହାଳି ଠାରେ ସାଧାରଣ ବଣ୍ଟନରେ ଲୋକଙ୍କୁ ରାସନ ଚାଉଳ ଯୋଗାଣ ପାଇଁ ପଦକ୍ଷେପ ନିଆହୋଇଛି।ସେହିପରି ନୂଆବସସ୍ତାଣ୍ଡ କାର୍ଯ୍ୟ ପାଇଁ ଦେଢ଼ କୋଟି ଟଙ୍କାର ଟେଣ୍ଡର ସମାପ୍ତ, ଲଙ୍କେଶ୍ୱରୀ ମନ୍ଦିରର ଉନ୍ନତି କାରଣ ପାଇଁ ଅଢେଇ କୋଟି ଟଙ୍କା ସରକାର ମଞ୍ଜୁର କରିଥିବା, ନୂଆବସଷ୍ଟାଣ୍ଡ ଓ ପୁରୁଣା ବସଷ୍ଟାଣ୍ଡ ଠାରେ ପୁରୁଣା ମାର୍କେଟକୁ ଭାଙ୍ଗି ନୂତନ ଦିତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ମାଛ ମାଂସ ବିକ୍ରି ପାଇଁ ସ୍ୱତନ୍ତ୍ର ମାର୍କେଟ, ନୁଆଁ ଶୌଚାଳୟ, ସ୍ମଶାନ ର ଉନ୍ନତି,ଏଗାର ଶହଏଲଇଡି ଲାଇଟ, ନୂତନ ସ୍ମାର୍ଟ ବସ୍ତି ନିର୍ମାଣ ପରି ବହୁବିଧ କାର୍ଯ୍ୟର ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ।ସହର ବାସୀଙ୍କ ଆଶୀର୍ବାଦ ଏବଂ ତାଙ୍କର ସହଯୋଗ ରେ ଆଜି ଜୁନାଗଡ଼ ସହର ସ୍ୱଚ୍ଛ ଭାରତ ସର୍ବେକ୍ଷଣରେ ପୁରସ୍କାର ପାଇବା ସହ ଏହି ସହରକୁ ଏକ ସ୍ମାର୍ଟ ସହରରେ ଗଢିତୋଳିବା ମୋର ଲକ୍ଷ୍ୟ ବୋଲି କହିଥିଲେ।ଆଗାମୀ ଦିନରେ ପୁରାତନ ଐତିହାସିକ ଜୁନାଗଡ଼ ସହର ରାଜ୍ୟର ଏକ ସ୍ୱଚ୍ଛ ଓ ଅଗ୍ରଣୀ ସହରଭାବେ ବିକଶିତ ହେବବୋଲି ଦୃଢ ପ୍ରତିଶୃତି ଦେଇଥିଲେ।ଏଥିରେ ସହରର ଅନେକ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

୧- ମା ଗଣ୍ଡାନା ସ୍ୱାମୀ ଙ୍କ ଘଟ ଯାତ୍ରା ଉଦଯାପିତ, ୨- ସିଜି ମାଳି ଖଣି ବିବାଦର ସ୍ଥିତି ଅନୁଧ୍ୟାନ କରିବ ଅଖିଳ ଭାରତ ହିନ୍ଧୁ ମହାସଭାର ସ୍ୱତନ୍ତ୍ର ଦଳ

ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ – ୨୦୨୪

masiha

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କ ଠାରେ ସାଂସଦ ଙ୍କ ଦାବୀ 

Sunil Chandra Nayak

Leave a Comment

error: Content is protected !!