କର୍ଲାମୁଣ୍ଡା: ଆଜି ସମଗ୍ର ଅଞ୍ଚଳରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହେଉଛି l ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବିଷୟ ବସ୍ତୁକୁ ନେଇ ଶ୍ରୀରାମ ନବମୀ ସହ ଆଜି ଠାରୁ ୧୪ଦିନ ବ୍ୟାପି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀରାମଲୀଳା ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି l ସେହିପରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀରାମଲୀଳା ପାଇଁ ଗ୍ରାମ ଗୁଡ଼ିକ ଉତ୍ସବମୁଖର ହୋଇ ଉଠିଛି l ଏହି ବ୍ଲକ ଅନ୍ତର୍ଗତ ଜୋରାଡବରା ପଞ୍ଚାୟତସ୍ଥିତ କୁସୁର୍ଲା ହଜାରିପଡା ଗ୍ରାମରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ କର୍ତ୍ତା ଦାୟିତ୍ୱରେ ଶ୍ରୀ ରୋମାଞ୍ଚଲ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଅବନ୍ତୀ ସାହୁ ରହିଥିବା ବେଳେ ପୂଜକ ଶ୍ରୀ ବୁଲୁ ଦାଶ ପୂଜା କାର୍ଯ୍ୟ ତୁଲାଉଛନ୍ତି l ଶ୍ରୀରାମ ନବମୀ କମିଟି ର ସଭାପତି ଶ୍ୟାମରାଜ ସାହୁ, ସମ୍ପାଦକ ପୂର୍ଣଚନ୍ଦ୍ର ସାହୁ, କୋଷାଧକ୍ଷ ଡମ୍ବରୁଧର ସାହୁ ଏବଂ ହଜାରୀପଡ଼ାର ଗ୍ରାମବାସୀ ବୃନ୍ଦ ସହଯୋଗ କରୁଛନ୍ତି l ସେହିପରି ଏହି ବ୍ଲକର ତେରେସିଂହା, ବିନ୍ଧାଣୀ, ରିଷିଡା, ଓଡ଼ିଆମୁଣ୍ଡା, ସୁରୁଜୁଲି, ବଡ଼ଡୁଙ୍ଗୁରୀଗୁଡ଼ା, ପୌରକେଲା, ଝାରମୁଣ୍ଡା, ପୁଟିଗାଁ, ସରଗୁଲ-ମାଳପଡ଼ା, କଣ୍ଡରେଇ, ଟେକାରୁମାଲ ଆଦି ଗ୍ରାମରେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ଶ୍ରୀରାମ ନବମୀ ସହ ରାମଲୀଳା ନାଟକ ପାଳିତ ହେଉ ଥିବାର ଜଣାଯାଏ l
previous post