ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କର୍ଲାମୁଣ୍ଡା: ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

କର୍ଲାମୁଣ୍ଡା: ଆଜି ସମଗ୍ର ଅଞ୍ଚଳରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହେଉଛି l ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବିଷୟ ବସ୍ତୁକୁ ନେଇ ଶ୍ରୀରାମ ନବମୀ ସହ ଆଜି ଠାରୁ ୧୪ଦିନ ବ୍ୟାପି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀରାମଲୀଳା ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି l ସେହିପରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀରାମଲୀଳା ପାଇଁ ଗ୍ରାମ ଗୁଡ଼ିକ ଉତ୍ସବମୁଖର ହୋଇ ଉଠିଛି l ଏହି ବ୍ଲକ ଅନ୍ତର୍ଗତ ଜୋରାଡବରା ପଞ୍ଚାୟତସ୍ଥିତ କୁସୁର୍ଲା ହଜାରିପଡା ଗ୍ରାମରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ କର୍ତ୍ତା ଦାୟିତ୍ୱରେ ଶ୍ରୀ ରୋମାଞ୍ଚଲ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଅବନ୍ତୀ ସାହୁ ରହିଥିବା ବେଳେ ପୂଜକ ଶ୍ରୀ ବୁଲୁ ଦାଶ ପୂଜା କାର୍ଯ୍ୟ ତୁଲାଉଛନ୍ତି l ଶ୍ରୀରାମ ନବମୀ କମିଟି ର ସଭାପତି ଶ୍ୟାମରାଜ ସାହୁ, ସମ୍ପାଦକ ପୂର୍ଣଚନ୍ଦ୍ର ସାହୁ, କୋଷାଧକ୍ଷ ଡମ୍ବରୁଧର ସାହୁ ଏବଂ ହଜାରୀପଡ଼ାର ଗ୍ରାମବାସୀ ବୃନ୍ଦ ସହଯୋଗ କରୁଛନ୍ତି l ସେହିପରି ଏହି ବ୍ଲକର ତେରେସିଂହା, ବିନ୍ଧାଣୀ, ରିଷିଡା, ଓଡ଼ିଆମୁଣ୍ଡା, ସୁରୁଜୁଲି, ବଡ଼ଡୁଙ୍ଗୁରୀଗୁଡ଼ା, ପୌରକେଲା, ଝାରମୁଣ୍ଡା, ପୁଟିଗାଁ, ସରଗୁଲ-ମାଳପଡ଼ା, କଣ୍ଡରେଇ, ଟେକାରୁମାଲ ଆଦି ଗ୍ରାମରେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ଶ୍ରୀରାମ ନବମୀ ସହ ରାମଲୀଳା ନାଟକ ପାଳିତ ହେଉ ଥିବାର ଜଣାଯାଏ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା 

Related posts

ନବରଙ୍ଗପୁର ମୁଖ୍ୟ ରାସ୍ତା ଦେଇ ବିମାନ ରେ ଭଗବାନ ମହାବୀର ଙ୍କ ବିଶାଳ ଶୋଭାଯାତ୍ରା ଆୟୋଜିତ 

Sunil Chandra Nayak

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ତଥା ଖାତିଗୁଡା ସତସଙ୍ଗ ଶ୍ରୀ ମନ୍ଦିର ର୨୮ଭିତମ ସ୍ମାରକୀ ମହୋତ୍ସବ

Sunil Chandra Nayak

ପରମ୍ପରା ବଜାୟ ରଖି ଛନ୍ତି ଧଣ୍ଡରା ଅଞ୍ଚଳ ବାସି , ନୂଆ ଖାଇ ଅବସରରେ ଅ ଦ୍ଵିତୀୟ ପର୍ବ ମୋନାଉ ଛନ୍ତି ‘ଡଙ୍ଗରି ଚେଗା

masiha

Leave a Comment

error: Content is protected !!