ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଁ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରା ଅନୁଷ୍ଠିତ

ମାଁ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରା ଅନୁଷ୍ଠିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମ ପଞ୍ଚାୟତ ଅଧୀନ କୁନ୍ଦେଇପାଲି ସ୍ଥିତ ତେଲନଦୀ ର ଭଁଇରୀଗୁଭା ବଡଗସା ତେରେସିଂହା ଆଞ୍ଚଳିକ କେଉଁଟ କୈବର୍ତ୍ତ ସଂଘ ସଭାପତି ଦାମୋଦର ନାଏକ ଓ ସଂପାଦକ ସୁଶାନ୍ତ ମଲ୍ଲିକଙ୍କ ନେତୃତ୍ବରେ ମାଁ ସୁରେଶ୍ଵରୀ ମନଖାଇ ଙ୍କ ଐତିହାସିକ ଘାଟ ଯାତ୍ରା ଏବଂ ଡଙ୍ଗା ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି l ଏଥିରେ ପୂଜକ ଭାବରେ ଭଗବାନ ନାଏକ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଥବିର ନାଏକ, ଭମର ନାଏକ, ଗଣ୍ଡାରାମ ନାଏକ, ଗୁଣନିଧି ନାଏକ, ରୋହିତ ନାଏକ, ଶଙ୍କର ନାଏକ, ଗୁହୁରୀଆ ନାଏକ, ମିନକେତନ ନାଏକ, ମଳଧର ଦଣ୍ଡସେନା, ଜଗଦୀଶ ଦଣ୍ଡସେନା, ପଦ୍ମନାଭ ନାଏକ, ଅଭିରାମ ଦଣ୍ଡସେନା ସମେତ ଅଞ୍ଚଳର ଶତାଧିକ ଭକ୍ତ ପୂଜା କାର୍ଯ୍ୟ ରେ ସାମିଲ ହୋଇଥିଲେ l ଏହି ଯାତ୍ରାରେ ମାଁ ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଅନେକ ଭକ୍ତ ଙ୍କ ସମାଗମ ହୋଇଥିଲା l ମାନସୀକ ଧାରୀଙ୍କ ମାନସିକ ପୂରଣ ହୋଇଥିବାରୁ କେତେକ ଭକ୍ତ ବୋଦା ବଳି ଦେଇଥିଲେ l ସେହିପରି ଆମ୍ବପାଲି ତେଲନଦୀ ଘାଟ ରେ ଖୁସମାଳ ଦକ୍ଷିଣାଞ୍ଚଳ କେଉଁଟ କୈବର୍ତ୍ତ ସମାଜର ଘାଟଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୂଜକ ଜଗଦୀଶ ନାଏକ, ସଭାପତି ଶେଷଦେବ ମଲ୍ଲିକ, ଉପସଭାପତି କିଶୋର ନାଏକ, ସଂପାଦକ କୁଶରଂଞ୍ଜନ ନାଏକ, ସଭ୍ୟ ଆଶିଷ ଦଣ୍ଡସେନା, ବିମ୍ବା ମଲ୍ଲିକ, ସୋମନାଥ ନାଏକ, ମନୋରଞ୍ଜନ ନାଏକ ଓ ସମସ୍ତ ସଭ୍ୟ ସାମିଲ ହୋଇ ପୂଜା ସଂମ୍ପଣ୍ଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଦୁଇଟି ପଞ୍ଚାୟତର ଗୋଟିଏ ଅନୁଷ୍ଠାନ 85 ତମ ଅଷ୍ଟମପ୍ରହରୀ ନାମଯଜ୍ଞ ସଂକୀର୍ତ୍ତନ!

Sunil Chandra Nayak

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

Sunil Chandra Nayak

ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

Leave a Comment

error: Content is protected !!