ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ 

ରୁପ୍ରା, ୨୮/୬ (ମନିସ) : ନର୍ଲା ବ୍ଲକ ଅଧିନ ରୁପ୍ରା ଠାରେ ରୀତିନୀତି ଅନୁଯାୟୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି, ତେବେ ପାଗ ଅନୁକୂଳ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ନିତିକାନ୍ତି ଓ ପରମ୍ପରା ଅନୁଯାୟୀ ବୁଧବାର ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମାଉସୀ ମା’ ଙ୍କ ମନ୍ଦିରରୁ ବାହାରକୁ କଢାଯାଇଥିଲା। ପରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ନାଟ ମଣ୍ଡପକୁ ନିଆଯାଇଥିଲା। ପରେ ଛେରାଁ ପହରା ହେବାପରେ ଜଗନ୍ନାଥ ମହାପ୍ରଭୁ ରଥାଋଢ ହୋଇଥିଲେ। ରଥାଋଢ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ମହାପ୍ରଭୁ ରଥାଋଢ ହେବାପରେ ପରମ୍ପରା ଅନୁଯାୟୀ ଛୋଟ ଶିଶୁ ମାନଙ୍କୁ ରଥଛୁଆଁ ଯାଇଥିଲା। ଜଗନ୍ନାଥ ମନ୍ଦିର ପୂଜକ ବିନୋଦ ବିହାରୀ ମିଶ୍ର ପୂଜାକାର୍ଯ୍ୟ ତୁଳାଇଥିବା ବେଳେ ଅକ୍ଷୟ ବେହେରା , ନାରାୟଣ ପାଢ଼ୀ ଓ ପ୍ରିୟରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଛେରାଁପହରା ଉମାକାନ୍ତ ସାହୁ ଓ ହରେକୃଷ୍ଣ ବେହେରା ନିର୍ବାହ କରିଥିବା ବେଳେ କମିଟିର ସଭାପତି ମୃତ୍ୟୁଞ୍ଜୟ ବେହେରା ଓ ସମ୍ପାଦକ ବିଷ୍ଣୁ ଚରଣ ସେନାପତିଙ୍କ ସମେତ କୃଷ୍ଣଚନ୍ଦ୍ର ସାହୁ, ତ୍ରିନାଥ ସାହୁ, ଭରତ ଚନ୍ଦ୍ର ନାଏକ, ଲୋଚନ ଗୌଡ, ଦୟାନିଧି ଗୌଡ,ମଧୁ ପୁଝାରୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ତେବେ ଜଗନ୍ନାଥ ମହାପ୍ରଭୁ ନିଜ ମନ୍ଦିରକୁ ପହଞ୍ଚିବା ପରେ ମା’ଲକ୍ଷ୍ମୀ ଜଗନ୍ନାଥ ମହାପ୍ରଭୁଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ, ମାଉସୀ ମା’ ଙ୍କ ଘରକୁ ତାଙ୍କୁ ନେଇନଥିବାରୁ ମା’ ଲକ୍ଷ୍ମୀ ଓ ନାରାୟଣଙ୍କ ମଧ୍ୟରେ କଳି ଲାଗିଥିଲା । ପରେ ମା’ ଲକ୍ଷ୍ମୀ ଜଗନ୍ନାଥ ମହାପ୍ରଭୁଙ୍କୁ ମନ୍ଦିର ମଧ୍ୟକୁ ଛାଡିଥିଲେ । ସେହିପରି ନର୍ଲା ବ୍ଲକ ଅଧିନ ରୁପ୍ରାରୋଡ୍, ନର୍ଲା, ଉଲିକୁପା ମାଣ୍ଡେଲ, ଲାଖଗୁଡା, ସରିଆଁ, ତୁଲାପଡା, ପଲମ, ବୁଢିପଦର ଓ ସେରଗଡ ଠାରେ ମଧ୍ୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ ହୋଇଥିବା ଜଣାପଡ଼ିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜୟପାଟଣାରେ ଚାଲିଛି ରାମ ନବମୀର ମହାପର୍ବ

Sunil Chandra Nayak

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!