ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ପବ୍ଲିକ ସ୍କୁଲ ପକ୍ଷରୁ ପ୍ରବେଶ ଉତ୍ସବ ପାଳନ

 କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ନାରାୟଣୀ ରୋଡ଼ ସ୍ଥିତ ଅତି ପୁରାତନ ଖ୍ୟାତି ସମ୍ପର୍ଣ୍ଣ ଫୁଲବାଣୀ ପବ୍ଲିକ ଇଂଗଲିଶ ମିଡ଼ିୟମ ସ୍କୁଲ ପକ୍ଷରୁ ଆଜି ତା ୩/୪/୨୦୨୩ ରିଖ ସୋମବାର ଦିନ ପ୍ରବେଶ ଉତ୍ସବ ପାଳନ ହୋଇଥିଲା। ଏହି ସ୍କୁଲରେ ଅଧ୍ୟୟନ ନିମନ୍ତେ ଜଏନ କରିଥିବା ନବାଗତ ଛାତ୍ରଛାତ୍ରୀ ଏବଂ ଉପର କ୍ଲାସ କୁ ଉତିଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସ୍କୁଲ ର ପ୍ରବେଶ ଦ୍ୱାରରେ ରହି ଫୁଲ ପକାଇ ଚନ୍ଦନ ଟୀକା ଲଗାଇ ଅତି ସୁନ୍ଦର ଭାବେ ସ୍ୱାଗତ କରିଥିଲେ। ଏହି ପ୍ରବେଶ ଉତ୍ସବ ଅବସରରେ ସ୍କୁଲ ପରିସରରେ ସ୍ୱାଗତ ଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ସ୍କୁଲ ର କିଭଳି ଉନ୍ନତ ତର ଅଧିକ ଉନ୍ନତି ହେବ। ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇ ପାରିବ। ୨୦୨୩ – ୨୪ ଆର୍ଥିକ ବର୍ଷରେ ଛାତ୍ରଛାତ୍ରୀ ମାନଙ୍କୁ କିପରି ପାଠ ପଢା ଯିବ। ଉକ୍ତ ବର୍ଷର ପାଠ୍ୟ ଖସଡ଼ା ଉପରେ ଅବଗତ କରାଯାଇଥିଲା। ଶ୍ରେଣୀ ପରିବର୍ତ୍ତନ ହେବା ପରେ ନର୍ସରୀ ,ଏଲ କେ ଜି ,ୟୁ କେ ଜି ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କେଉଁ ଶିକ୍ଷକ ଶିକ୍ଷୟିତ୍ରୀ କେଉଁ ଶ୍ରେଣୀ ର ଶ୍ରେଣୀ ଶିକ୍ଷକ ରହିବେ ସେ ସମ୍ପର୍କରେ ପିଲା ଙ୍କୁ ଅବଗତ କରାଯିବା ସହିତ ଯେଉଁ ଛାତ୍ରଛାତ୍ରୀ ସ୍କୁଲ ବସରେ ଯାତାୟତ କରୁଛନ୍ତି ଶ୍ରେଣୀ ଅନୁସାରେ ବସ ସମୟ ଓ ବସ ରହଣି ସ୍ଥାନ ର ନିର୍ଦ୍ଦିଷ୍ଟ ସମୟ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଯାଇଥିଲା। ସ୍କୁଲ ପକ୍ଷରୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ସୂଚନା ପାଇବା ନିମନ୍ତେ ଯେଉଁ ୱାଟସପ ଗୃହ ଖୋଲା ଯାଇଛି ପ୍ରବେଶ ଉତ୍ସବ ସମ୍ପର୍କରେ ପୂର୍ବରୁ ଆଗୁଆ ସୂଚନା ଦିଆଯାଇଥିଲା। ଏହି ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଙ୍କ ମଧ୍ୟରେ ଶୃଂଖଳା ବଜାୟ ରହିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଜିର କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରୂପକ ମହାନ୍ତି ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା 

masiha

ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିବା ଦାଦନ, ଘରକୁ ଫେରିଲେ ପଙ୍ଗୁ ହୋଇ

ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବିରୋଧରେ ନେସ୍କୋ ପାଓ୍ଵାର ଏମ୍ଲୟଜ ତରଫରୁ ପ୍ରତିବାଦ ଓ ଲିଖିତ ଦାବିପତ୍ର

Leave a Comment

error: Content is protected !!