ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚ ର ସ୍ବଭାବକବି ଗଙ୍ଗାଧର ମେହେର ଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା/ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୁଲ୍ୟରେ ଓଡ଼ିଆ ଭାଷା ସୁରକ୍ଷା ର ସେନାପତି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ତିରୋଧାନ ଦିବସ ରେ ସେକ୍ଟର ୧୪ ସ୍ଥିତ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ଠାରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଓଡ଼ିଆ ଭାଷା ବିକାଶ ମଞ୍ଚ ର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ବ ରେ ମୁଖ୍ୟ ଅତିଥି ଭାବେ ଡଃ ସୁମନ ଦତ୍ତ ତାଙ୍କ ବକ୍ତବ୍ୟରେ କହିଲେ ଓଡ଼ିଆ ଭାଷା ର ଦୁର୍ଦ୍ଦିନ ସମୟରେ ଭାଷାର ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଆଜି ମଧ୍ୟ ପ୍ରାସଙ୍ଗିକତା ଅଛି। ଆଜିର ଦିନରେ ଆମେ ତାଙ୍କର ଅପୂରଣୀୟ କାର୍ଯ୍ୟକୁ ପୂରଣ କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ। ମୁଖ୍ୟବକ୍ତା ଭାବେ ଡଃ ନଗେନ କୁମାର ଦାସ ଯୋଗଦେଇ କହିଲେ କବି ତାଙ୍କ ବ୍ୟକ୍ତି ଜୀବନର ଅନୁଭବ ସବୁ କଳାତ୍ମକ ରୂପ ନେଇ ନୈବ୍ୟକ୍ତିକ ଆଡ଼କୁ ଗତି କରିଛି। ଜୀବନର ନିଷ୍ଠୁର ବେଦନା ବିଦୃତ ବାସ୍ତବ କାହାଣୀ ହିଁ ସାର୍ବଜନୀନତା ର ଗାଥା ଶୁଣାଇଛି ତାଙ୍କ କାବ୍ୟ କବିତା। ତାଙ୍କ ଅନ୍ତରରୁ ଲିଖିତ ବାଣଦର୍ପଦଳନ, ପାଷାଣୀ ଅହଲ୍ୟା ର ଶାପ ମୋଚନ, ଇନ୍ଦୁମତି, ପ୍ରାଣବଲ୍ଲଭ, ଅଜଙ୍କ ରୋଦନ, କୀଚକ ନିଧନ, ରାମଙ୍କ ବନଗମନ, ଦୁଷ୍ମନ୍ତ ଙ୍କ ବିରହୀ ଜୀବନରେ ଶକୁନ୍ତଳା ଙ୍କ ପୁନରାଗମନ, ସୀତାଙ୍କ ଉତ୍ତର ଜୀବନ ଯାପନ ଆଦି କାହାଣୀ ଆଧାରରେ କବିଙ୍କ ବାଣୀ ଜୀବନର ମହନୀୟତା ପ୍ରତିପାଦିତ କରିଛି। ଓଡ଼ିଆ ସାହିତ୍ୟ ଥିବା ଯାଏଁ ତାଙ୍କ କାବ୍ୟ ମାନସ ଜାଜ୍ଜ୍ୱଲ୍ୟମାନ ହୋଇ ରହିଥିବ ବୋଲି କହିଥିଲେ। ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ କହିଲେ ତାଙ୍କର କାବ୍ୟ ଗୁଡ଼ିକ ରସ ରତ୍ନାକର, ଇନ୍ଦୁମତି, ଅହଲ୍ୟା ସ୍ତବ, ଉତ୍କଳ ଲକ୍ଷ୍ମୀ, କୀଚକବଧ, ତପସ୍ବିନୀ, ପ୍ରଣୟବଲ୍ଲରୀ, ଅର୍ଘ୍ୟଥାଳୀ, କବିତା କଲ୍ଲୋଳ, ପଦ୍ମିନୀ ଆଦି ଗଙ୍ଗାଧର ଙ୍କ ର ଅମୁଲ୍ୟ ରଚନାବଳୀ ର ଆଜି ମଧ୍ୟ ପ୍ରାସଙ୍ଗିକତା ଅଛି। ମାତୃଭାଷାର ସୁରକ୍ଷା ପାଇଁ ହିନ୍ଦୀ ଆକ୍ରମଣରୁ ରକ୍ଷା କରିବାପାଇଁ ଓଡ଼ିଆ ଭାଷାକୁ ସେ ବହୁ କାବ୍ୟ କବିତା ରଚନା କରିଛନ୍ତି। ସେ କହିଛନ୍ତି “ଉଚ୍ଚ ହେବାପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା”। “ମାତୃଭୂମି ମାତୃଭାଷାର ବଦନ, ଦୀପ୍ତକର ଦେଇ ଧନ ଧ୍ୟାନ ମନ”। ସଭ୍ୟତା ନାମରେ ସଂସ୍କାର ଓ ସଂସ୍କୃତି ଠାରୁ କ୍ରମଶଃ ଦୁରେଇ ଯାଇଛି ଆଜି ଯୁବସମାଜ। ତେଣୁ ଭାଷା ହିଁ ଜାତିର ପରିଚୟ। ଭାଷା ବଞ୍ଚିଲେ ଜାତି ବଞ୍ଚିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଏହି ସ୍ମୃତି ଚାରଣ ସଭା ରେ ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ, ମାନସ ରଞ୍ଜନ ଦାସ, ଭଗବାନ ପଣ୍ଡା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆବାସ ଗୃହ ପାଇବାର ମାପକାଠି ରେ ଯୋଗ୍ୟ ହେଲେନି ପଦ୍ମା ଓ ଚଞ୍ଚଳା ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ପକ୍ଷରୁ2022ର ଶେଷ ଦିନରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅବସର କାଳିନ ବିଦାୟ ସମ୍ବଦ୍ଧନା 

Sunil Chandra Nayak

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଘାଟିତ

masiha

Leave a Comment

error: Content is protected !!