ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୟପାଟଣା:ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଜୟପାଟଣା:୫/୪/୨୩ // ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଗ୍ରାମରେ ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୋଗୁଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ସହର ମଧ୍ୟରେ ଥିବା ପାନ ଦୋକାନରେ ଭଙ୍ଗାରୁଜା ସହିତ ଦୋକାନିକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଯୁବକ ଓମ୍ ପ୍ରକାଶ ବୈଠାରୁ ଓରଫ (ବାପି) ଏବଂ ତା ସ୍ତ୍ରୀ ସାଙ୍ଗରେ କିଛି ଗୁଣ୍ଡା ବ୍ୟକ୍ତିଙ୍କୁ ଆଣି ରଞ୍ଜନ ଦଳେଇ ନାମକ ଯୁବକଙ୍କ ପାନ ଦୋକାନ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ଏଥିରେ ରଞ୍ଜନକୁ ଆକ୍ରମଣକାରୀ ମାନେ ଦୋକାନରେ ଥିବା ଲୁହାରଡ଼ରେ ତଥା ତୀକ୍ଷ୍ଣ ଅସ୍ତ୍ରରେ ଗଭୀର ଆଘାତ ଦେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ସ୍ଥାନୀୟ ମା ବଣିକ ସଂଘ ତୀବ୍ର ନିନ୍ଦା କରିବା ସହିତ ସଂଘ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି । ଦୋକାନି ଏବଂ ଆକ୍ରମଣକାରୀ ପୋଡ଼ାଶୀ ହୋଇଥିବାରୁ ଛୋଟ କଳିରୁ ମହାଭାରତ ଶ୍ରୁଷ୍ଟି ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ତେବେ ମୁଖୀଗୁଡା ଏକ ଶାନ୍ତିପ୍ରିୟ ଅଞ୍ଚଳ ହୋଇ ଥିବାରୁ ଏହି ଘଟଣା ଅଞ୍ଚଳ ବାସୀଙ୍କ ମନରେ ଘୋର ବ୍ୟାଘାତ ପହଞ୍ଚାଥିବା ସ୍ଥାନୀୟ ବଣିକ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । ପୋଲିସ ପ୍ରଶାସନ ଘଟଣାର ଉପଯୁକ୍ତ ତଦନ୍ତକରୀ ଦୋଷୀକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଯୁବକ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା କରି ଥିବା ଅଭିଯୋଗ

masiha

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ  ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

masiha

ଜୁନାଗଡ଼ ରେ ଡିଜିଟାଲ ପେମେଣ୍ଟ ଠକେଇ ଅଭିଯୋଗ ଅଗ୍ରସେନ ଭବନରୁ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଲେ ବଣିକ ସଂଘ ସଦସ୍ୟ

Sunil Chandra Nayak

Leave a Comment

error: Content is protected !!