ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ

ଡାବୁଗାଁ, ୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରେ ହିତାଧିକାରୀ ଙ୍କୁ ମୃତ୍ୟୁ ଜନିତ ବୀମାରାଶି ଗୁରୁବାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ଗିର୍ଲିଗୁଡା ଗ୍ରାମର ଗୋମତୀ ଭତ୍ରା ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ଟଙ୍କା ଦେଣନେଣ କରୁଥିଲେ | ୩୧.୦୫.୨୦୧୯ ଦିନ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୩୦ ଟଙ୍କା ଦେଇ ବୀମା କରାଇଥିଲେ | ଏହା ପ୍ରତି ବର୍ଷ ବୀମା ରାଶି ପଇଠ କରୁଥିଲେ | କୌଣସି କାରଣରୁ ଶରୀର ଅସୁସ୍ଥ ହୋଇ ୧୪.୦୭.୨୦୨୨ ଦିନ ତାଙ୍କର ମୃତ୍ୟୁ ଘଟିଥିଲା | ଏହାପରେ ଗୋମତୀ ଙ୍କ ସ୍ଵାମୀ କୃଷ୍ଣ ଭତ୍ରା ବୀମାରାଶି ପାଇବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ | ଏହି ବୀମା ରାଶି ୨ ଲକ୍ଷ ଟଙ୍କା କୃଷ୍ଣ ଭତ୍ରାଙ୍କ ଜମାଖାତାରେ କରାଯାଇଛି | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷ୍ଣଙ୍କୁ ଉକ୍ତ ଜମା ଖାତା ପ୍ରଦାନ କରିଛନ୍ତି | ଏଣୁ ବ୍ୟାଙ୍କରେ ଖାତା ଥିବା ଗ୍ରାହକ ମାନେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା କରାଇ ବୀମାର ସୁଯୋଗ ନିଅନ୍ତୁ | ଏଥିରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, କର୍ମଚାରୀ ସଞ୍ଜୟ ପ୍ରସାଦ ମହାଙ୍କୁଡ, ସ୍ମୃତି ସୁମନ ସିଂ, ଅଜିତ ବେରିହା, ଭାରତୀୟ ଷ୍ଟେଟ ବ୍ୟାଙ୍କ ଚଚରାଗୁଡାର ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଅକ୍ଷୟ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ମୋଟ ୧୩୦ଟି ଅଭିଯୋଗର ହେଲା ଶୁଣାଣୀ.

Sunil Chandra Nayak

ଅନ୍ୱେଷା ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଅଭିଭାବକ ସମ୍ମିଳନୀ

masiha

ବୁଲା ଗାଈଗୋରୁଙ୍କୁ ରିଫାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମ ରାଉରକେଲାରେ ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!