ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ସାନବାର୍ଲି ପଂଚାୟତର ପେନସନ ସମସ୍ୟାର ସମୀକ୍ଷା କଲେ ନନ୍ଦାହାଣ୍ଡି ବିଡ଼ିଓ  

ପାପଡାହାଣ୍ଡି,6/4,ମନିସ — ଜିଲ୍ଲା ପରିଷଦ ଉନୟନ ଅଧିକାରୀ ଅନ୍ୟା ଦାସଙ୍କ ନିର୍ଦ୍ଦେଶରେ ଗୁରୁବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତର ପେନସନ ସମସ୍ୟାର ସମୀକ୍ଷା କରିଛନ୍ତି ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରଦ ଚନ୍ଦ୍ର ସାହୁ ।ପେନସନ ହିତାଧିକାରୀ ମାନଙ୍କ ସମସ୍ୟାର କିପରି ସମାଧାନ ହେବ ସେନେଇ ଆଲୋଚନା କରିଥିଲେ | ଗତ ୪ ତାରିଖରେ ସାନବାର୍ଲି ପଂଚାୟତରେ ନବରଙ୍ଗପୁର ଜିଲ୍ଲା ପରିଷଦ ଉନୟନ ଅଧିକାରୀ ଅନ୍ୟା ଦାସ ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ । ଦୁର୍ଗମ ଅଞ୍ଚଳ ହୋଇଥିବା ହେତୁ ଲୋକେ ଦାସଙ୍କୁ ମୁଖ୍ୟତଃ ପାଣି ଓ ପେନସନ ସମସ୍ୟା ଉପରେ ଅଭିଯୋଗ ଜଣାଇଥିଲେ | ଲୋକମାନଙ୍କ ସମସ୍ତ ଅଭିଯୋଗ ଶୁଣି ଏହାର ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇ ଯାଇଥିଲେ । ଗୁରୁବାର ନନ୍ଦାହାଣ୍ଡି ବ୍ଲକର ବିଡ଼ିଓ କ୍ଷୀରଦ ଚନ୍ଦ୍ର ସାହୁଙ୍କୁ ଏହି ପଞ୍ଚାୟତ ର ପେନସନ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପ୍ରକାରେ ସେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶକୁନ୍ତଳା ଭତ୍ରା,ଜିପିଓ ଅକ୍ଷୟ ପଟ୍ଟନାୟକ ଓ ଈଶ୍ୱର ବିଶୋଇଙ୍କ ସହ ସାନବାର୍ଲି ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ । ଦୀର୍ଘ ୨୦ କିମି ଦୂର ଯାଇ ପେନସନ ଟଙ୍କା ଆଣିବା କଷ୍ଟ ହେଉଛି ବୋଲି ହିତାଧିକାରୀ ମାନେ କହିଥିଲେ ।କୋଉ ଦିନ ଲିଙ୍କ ନ ଥିବ ତ ଆଉ କୋଉ ଦିନେ ଗହଳି ଥିବ ଆମେ ବୟସ୍କ ଲୋକ କିପରି ଦୀର୍ଘ ସମୟ ଧରି ଠିଆ ହୋଇପାରିବୁ ସେମିତିରେ ଆମେ ଘରେ ଫେରି ଆସୁଛୁ ବୋଲି ଜଣାଇଥିଲେ । ପୂର୍ବରୁ ଯେମିତି ହାତାହାତି ପେନସନ ଟଙ୍କା ଦେଉଥିଲେ ଠିକ ସେହିପରି ଦିଆଯାଉ ବୋଲି ଲୋକେ ଅଭିଯୋଗ କରିଥିଲେ କିନ୍ତୁ ବିଡ଼ିଓ ସାହୁ ସରକାର ଙ୍କ ନିୟମ ପ୍ରକାରେ ପେନସନ ଟଙ୍କା ବ୍ୟାଙ୍କରେ ହିଁ ଦିଆଯିବ ଓ ଯେଉଁମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କୁ ମଧ୍ୟ ଟଙ୍କା ଶିଘ୍ର ଦିଆଯିବ ବୋଲି ଲୋକଙ୍କୁ ବୁଝାଇଥିଲେ । ଏନେଇ ବିଡ଼ିଓ କହିଛନ୍ତି ଯେ ଲୋକଙ୍କ ସମସ୍ୟା ବୁଝିବାକୁ ଆସିଥିଲି ,ଏଠାକାର ହିତାଧିକାରୀଙ୍କ ପେନସନ ଟଙ୍କା ସମସ୍ତଙ୍କର ବ୍ୟାଙ୍କ ଖାତାରେ ଚଢୁଛି କିନ୍ତୁ ପ୍ରାୟତଃ ଲୋକଙ୍କ KYC ହୋଇ ନ ପାରିବାରୁ ଟଙ୍କା ଉଠାଣରେ ସମସ୍ୟା ଦେଖାଯାଉଛି ।ବ୍ୟାଙ୍କ ମ୍ୟାନେଜରଙ୍କ ସହ କଥା ହୋଇ ଏଠି ଆସି ଯେପରି ଲୋକଙ୍କ ପେନସନ ଦେଇପାରିବେ ସେ ବ୍ୟବସ୍ଥା କରାଯିବ ।ଯେଉଁ ହିତାଧିକାରୀ ମାନେ ପେନସନ ପାଉ ନାହାଁନ୍ତି ସେମାନଙ୍କ ତାଲିକା କରି ଶୀଘ୍ର ବ୍ଲକ କାର୍ଯ୍ୟାଳୟ କୁ ଦେବାକୁ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ମାନଙ୍କୁ କହିଥିଲେ । ଏହି ଆଲୋଚନା ସମୟରେ ସାନବାର୍ଲି ସରପଞ୍ଚ ,ସମିତି ସଭ୍ୟ,ୱାର୍ଡ ମେମ୍ବର ଓ ପଞ୍ଚାୟତ ଅଧିକାରୀ ଉପସ୍ଥିତ ରହିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାକ ବିଭାଗର ମନମୁଖି କାର୍ଯ୍ୟ, ଆନ୍ଦୋଳନ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଗ୍ରାମବାସୀ

Sunil Chandra Nayak

ଦରଲୀପଡା ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ଅବସ୍ଥା ଗୋଟିଏ କୋଠରୀରେ ରୋଷେଇ, ଓ ପାଠପଢା

masiha

କୂଅ ରେ ପଡି ପାଞ୍ଚବର୍ଷ ର ଶିଶୁ ର ମୃତ୍ୟୁ

masiha

Leave a Comment

error: Content is protected !!