ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ 2 ଗୁରୁତର

ପାପଡାହାଣ୍ଡି,6/4, ମନିସ — ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଂଚାୟତ ଝାଡ଼କୁସୁମୀ ଠାରେ ବିଳମ୍ବିତ ରାତ୍ରରେ ବଜ୍ରାଘାତରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲେ ଖଗେଶ ଭତରା ଓ ଚିତାଏ ଭତରା | ଉଭୟଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ବିଳମ୍ବିତ ରାତ୍ରରେ ବ୍ଲକର ବିଭିନ୍ନ ସ୍ଥାନରେ ପବନ ସହ ଘଡଘଡି ଏବଂ ବର୍ଷା ହୋଇଥିଲା | ଘର ଆଗରେ ଥିବା ଇଟା ଗଦାରେ ଜରି ଘୋଡାଇବା ଲାଗି ଦୁହେଁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇ ଅଚେତ ହୋଇପଡ଼ିଥିଲେ | ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା | 

କାଳ ବୈଶାଖୀ ପ୍ରଭାବ ଭାଙ୍ଗିଲା ବର ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ

ପାପଡାହାଣ୍ଡି,6/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝିଟକୁଗୁଡା ଠାରେ କାଳବୈଶାଖୀ ପ୍ରଭାବ ରେ ବିଳମ୍ବିତ ରାତ୍ରରେ ପବନ ସହ ବର୍ଷା ହୋଇଥିଲା | ଏହା ଦ୍ୱାରା ଝିଟକୁଗୁଡାରେ ଏକ ବରଗଛ ଭାଙ୍ଗିଯାଇଥିବା ବେଳେ ଏହା ନିକଟରେ ଥିବା କିଛି ଘର ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଖବର ପାଇ ପାପଡାହାଣ୍ଡି ଅଗ୍ନିଶମ ଓ ବନ ବିଭାଗ ପହଁଚି ଗଛ ଡାଳ କାଟିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଜିଲ୍ଲା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ର ଜୟପାଟଣାରେ ଜରୁରୀ ବୈଠକ 

masiha

ଅପରେସନ ସିନ୍ଦୁର ଯୋଜନାରେ ୧୦୦୭ ୟୁନିଟ ରକ୍ତ ସଂଗ୍ରହ ବିଧାୟକ ଦୁର୍ଗା ତନ୍ତୀଙ୍କ ସଂକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା

Sunil Chandra Nayak

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

masiha

Leave a Comment

error: Content is protected !!